ପର୍ଶୁରାମ ଫଟୋ ହଟାଇ ବିଜୁବାବୁଙ୍କ ମୂର୍ତ୍ତି ସ୍ଥାପନକୁ ପ୍ରତିବାଦ କରି ଆଜି ବେଲପଡା ବନ୍ଦ

ବେଲପଡା, (ଭୋଜରାଜ ଦଣ୍ଡସେନା) : କିଛିଦିନ ତଳେ ପଟଣାଗଡ଼ ବ୍ଲକ ଛକଠାରେ ଲାଗିଥିବା ଭଗବାନ ପର୍ଶୁରାମଙ୍କ ଫଟୋକୁ ହଟାଇ ବିଜୁବାବୁଙ୍କ ମୂର୍ତ୍ତି ସ୍ଥାପନ କରିଥିବାରୁ ଗତ ୩ଦିନ ତଳେ ପାଟଣାଗଡ଼ ବ୍ଲକ ଛକ ନିକଟରେ ଧାରଣା ଦେଇ ପାଟଣାଗଡ଼ ବନ୍ଦ ଡାକରା ଦେଇଥିଲା ହିନ୍ଦୁ ସମାଜ । ଆଜି ତାକୁ ସମର୍ଥନ କରି ବେଲପଡା ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାରେ ବିଭିନ୍ନ ସଂଗଠନ ସାମିଲ ହୋଇଥିବା ବେଳେ ସମସ୍ତ ପ୍ରକାର ସରକାରୀ ବେସରକାରୀ ସ୍କୁଲ, କଲେଜ, ବ୍ୟାଙ୍କ ପୁରା ଠପ୍‌ ହୋଇଛି । ଏଥିରେ ଅତି ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି । ଏହାର ପ୍ରଭାବ ଚାରିଆଡେ ଦେଖିବାକୁ ମିଳିଛି ।

Leave A Reply

Your email address will not be published.