ସ୍ୱର୍ଗୀୟା ଡା.ଉଷା ଅଗ୍ରୱାଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ସାନିଟାଇଜର ଓ ମାସ୍କ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍ ଛେତଗାଁ ହାଇସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ସାନିଟାଇଜର ଓ ମାସ୍କ ବଣ୍ଟନ କରାଯାଇଛି । ପାଇକମାଲ ସମାଜସେବୀ ଡା. ସୁରେଶ ଅଗ୍ରୱାଲ ସୋମବାର ତାଙ୍କର ସହଧର୍ମିଣୀ ସ୍ୱର୍ଗୀୟା ଡା. ଉଷା ଅଗ୍ରୱାଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହା ବଣ୍ଟନ କରିଛନ୍ତି ବୋଲି କହିଛନ୍ତି । ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏବଂ କର୍ମଚାରୀ ମାନଙ୍କୁ ସାନିଟାଇଜର ଓ ମାକ୍ସ ପ୍ରଦାନ କରାଯାଇଛି । ଡା. ସୌମ୍ୟା ଅଗ୍ରୱାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜ କୁମାର ସାହୁ, ଶିକ୍ଷକ ଲିଙ୍ଗରାଜ ସାହୁ, ବଲିରାମ ପଟେଲ, ମିନ କେତନ ସାହୁ, ଦିପକ ରଂଜନ ନାଗ, ନାରାୟଣ ସାହୁ,ବରିଷ୍ଠ ସାମ୍ବାଦିକ ବଡ ଶତପଥୀ, ସୁରଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.