oom

ଆର୍‌ଇସି ନୋଡାଲ ଉଚ୍ଚ ବିଦ୍ୟାଳୟ ଏନ୍ଆଇ ପ୍ରାଙ୍ଗଣରେ ବନ ମହୋତ୍ସବ ପାଳନ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଆର୍‌ଇସି ନୋଡାଲ ଉଚ୍ଚ ବିଦ୍ୟାଳୟ ଏନ୍ଆଇ ପ୍ରାଙ୍ଗଣରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଦିପ୍ତା ବେହେରାଙ୍କ ତତ୍ତ୍ୱାବଧାନରେ ବନମହୋତ୍ସବ ପାଳନ ଅବସରରେ ପିଲାମାନେ ବୃକ୍ଷ ରୋପଣ କରିବା, ପରିବେଶ ସୁରକ୍ଷା ଉପରେ ବକ୍ତୃତା ଦେବା, ଚିତ୍ରାଙ୍କନ ପ୍ରତିଯୋଗିତା ଇତ୍ୟାଦି ବିଷୟରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ବିଶ୍ରା ବ୍ଲକର ଏବିଓ କିଶୋର କୁମାର ଦାଶ ମୁଖ୍ୟ ଅତିଥି ଭାବେ ଓ ସିଆର୍‌ସିସି ସିପ୍ରା ସାହୁ ଯୋଗଦାନ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ସୁଜାତା ତ୍ରିପାଠୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସୁଭାଷ ଚନ୍ଦ୍ର ଜେନା ଅତିଥି ଶିକ୍ଷକ ଭାବରେ ଯୋଗଦାନ କରିଥିଲେ । ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ନିରୁପମା ପତି ଦାଶ ସଭା ତଥା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଯଥା ସରୋଜ କୁମାର ଜେନା, ମିନତୀ ଖମାର, ଅନ୍ନପୂର୍ଣ୍ଣା ସାହୁ, ସରସ୍ଵତୀ ନାୟକ, ଅଜୟ ରାଉତ, ସସ୍ମିତା ପଟ୍ଟନାୟକ, ସୀତାରାମ ସାହୁ, ମମତା ସେନାପତି, ସୁଜାତା ମିଶ୍ର, ଯତିନ୍ଦ୍ର ଭୋଇ, ସୁରେଖା ନାୟକ ଯୋଗଦାନ କରିଥିଲେ । ଶେଷରେ ଶ୍ରୀମତୀ ମମତା ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.