oom

ମୂଲ୍ୟବାନ ଗଛ କାଟିଲା କିଏ, ବନ ବିଭାଗ ଜାଣି ଚୁପ କାହିକିଁ ?

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗଛ ଲଗାଅ ଦେଶ ବଂଚାଅ ବୋଲି ଅନେକ ସମୟରେ ବିଭିନ୍ନ ସ୍ଥାନରେ ସଚେତନତା ନାରା ଦିଆଯାଉଛି । କିନ୍ତୁ ଏବେ ସେହି ନାରା ବିଫଳ ହେଉଥିବା ମଧ୍ୟ ଦେଖିବାକୁ ମିଳିିଛି । ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବନ ବିଭାଗ କାର୍ଯ୍ୟାଳୟ ସାମ୍‌ନାରେ ଥିବା ଚେଟୁଆପଡା ଠାରେ ମୂଲ୍ୟବାନ ଗଛ ଗୁଡିକ କଟାଯାଇଥିବା ବେଳେ ବନ ବିଭାଗର ଦୃଷ୍ଟି ପଡିଥିଲେ ମଧ୍ୟ ପ୍ରଶାସନ ଚୁପ କାହିକିଁ ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠୁଛି । ଏଭଳି ଅନେକ ଗଛ କଟା ଯାଉଥିଲେ ସୁଦ୍ଧା ବନ ବିଭାଗ ଜାଣି ଶୁଣି ନୀରବତା ଅବଲମ୍ବନ କରୁଥିବା ସାଧାରଣରେ ନାନା ପ୍ରକାର ସଂଦେହ ସୃଷ୍ଟି କରୁଛି । ଯଦି ଗଛ କଟା ହେଲା, ତାହେଲେ ଗଛ କଟିବାକୁ ବାରଣ କରାଗଲା ନାହିଁ କାହିକିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି । କାହା ପରାମର୍ଶରେ ମୂଲ୍ୟବାନ ଗଛ କଟାଗଲା ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ ବାଢ଼ୁଛନ୍ତି । ଅନ୍ୟପଟେ ବନୀକରଣ ଓ ରାସ୍ତା ପାଶ୍ୱର୍ରେ ବୃକ୍ଷରୋପଣ ପାଇଁ କେରମେଲି ପଂଚାୟତ ସ୍ଥିତ ଏକ ନର୍ସରୀରେ ଚାରା ପ୍ରସ୍ତୁତ କରାଗଲା । ହେଲେ ବନ ବିଭାଗ ପକ୍ଷରୁ କାଗଜପତ୍ରରେ ବନୀକରଣ ଦେଖାଇ ପ୍ରସ୍ତୁତ ଚାରା ଗୁଡିକ ନଷ୍ଟ ହେବା ପରେ ଏବେ ପ୍ରମାଣ ନଷ୍ଟ ପାଇଁ ସେ ସବୁକୁ ଫିଙ୍ଗି ଦିଆଯାଇଥିବା ସହ ଅନେକ ଚାରା ଗୁଡିକ ଝାଉଁଲି ଯାଇ ନଷ୍ଟ ହୋଇଥିବା ମଧ୍ୟ ସ୍ଥାନୀୟ ନର୍ସରୀରେ ଦେଖିବାକୁ ମିଳିଛି । ତେବେ ହଜାର ହଜାର ଚାରା ରୋପଣ କରି ସବୁ ନଷ୍ଟ ହେଉଥିବା ବେଳେ ବନ ବିଭାଗର କାର୍ଯ୍ୟକଳାପ ଏବେ ସନ୍ଧେହ ଘେରରେ ରହିଥିବା ଜଣାପଡିଛି । ଏ କ୍ଷେତ୍ରରେ ବନ ବିଭାଗ କାର୍ଯ୍ୟନୁଷ୍ଠାନ ନେବା ବଦଳେ ସହଯୋଗ କରୁଥିବା ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି । ଏନେଇ ବଲାଙ୍ଗିର ଡିଏଫଓ ସମିର ଶତପଥିଙ୍କୁ ପଚାରିବାରୁ କେତେ ଗଛ କଟିବ କେତେ ମରିବ, ତାହା କହି ହେବ ନାହିଁ । ତେବେ ଗଛ କଟାକୁ ନେଇ ନାନା ପ୍ରକାର ଚର୍ଚ୍ଚା ଚାଲିଛି ।

jittmm
Leave A Reply

Your email address will not be published.