ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ରାଲିଂ ଆସୋସିଏସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଯାଦବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୂତନ କର୍ମକର୍ତ୍ତା ଚୟନ କରାଯିବା ସହିତ ରାଲିଂର ମୂଲ୍ୟ ନିର୍ଦ୍ଧାରଣ କରାଯାଇଥିଲା । ବୈଠକରେ ସର୍ବସମ୍ମତ କ୍ରମେ ସଭାପତି ଭାବେ ଟୁନା ମିଶ୍ରଙ୍କୁ ମନୋନୀତ କରାଯାଇଥିବା ବେଳେ ଉପସଭାପତି ଭାବେ ବଲାଙ୍ଗିରରୁ ମନୋଜ କୁମାର ସେଟ୍ଟୀ, ପାଟଣାଗଡରୁ ମୂରଲୀ ବାଗ ଓ ଦେଓଗାଁରୁ ରମାକାନ୍ତ ସାହୁଙ୍କୁ ମନୋନୀତ କରାଯାଇଛି । ମୁଖ୍ୟ ସମ୍ପାଦକ ତଥା ପରାମର୍ଶଦାତା ଭାବେ ଗୌରୀ ଶଙ୍କର ଛତରଙ୍କୁ ମନୋନୀତ କରାଯାଇଥିବା ବେଳେ ସମ୍ପାଦକ ଭାବେ ରୁନା ନାଗ, ସହ ସମ୍ପାଦକ ଭାବେ ବିଜୟ ଦଳବେହେରା, କୋଷାଧ୍ୟକ୍ଷ ଭାବେ ବାବୁଲା ଆଚାରୀ ଓ ଆଇନ ପରାମର୍ଶଦାତା ଭାବେ ଆଇନଜୀବୀ ଗୋପାଳ ହୋତାଙ୍କୁ ମନୋନୀତ କରାଯାଇଛି । ଏହି ବୈଠକରେ କଣ୍ଟାବାଂଜିର ସଭ୍ୟ ଧିରଜ ଜୈନ ଓ ରଣବୀର ସିଂଙ୍କ ସହିତ ଅନ୍ୟାନ୍ୟ ବ୍ଲକର ସଭ୍ୟମାନେ ଉପସ୍ଥିତ ଥିଲେ ।
Prev Post