ଜୀବିତ ଅବସ୍ଥାରେ ଉଦ୍ଧାର ହେଲା ବଜ୍ରକାପ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଜଙ୍ଗଲ ବିଭାଗ ଦ୍ଵାରା ଜୀବିତ ଅବସ୍ଥାରେ ଏକ ବଜ୍ରକାପ୍ତା ଉଦ୍ଧାର ହୋଇଛି । ଖବରରୁ ପ୍ରକାଶ ଯେ, ବାଦିମାଲ ଗ୍ରାମର କୃଷ୍ଣଚନ୍ଦ୍ର ମେହେର ତାଙ୍କ ଘର ବାରିପଟେ ଏକ ଜୀବନ୍ତ ବଜ୍ରକାପ୍ତା ଦେଖିବାକୁ ପାଇଥିଲେ । ପରେ ସେ ପଦ୍ମପୁର ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ପଦ୍ମପୁର ବନାଞ୍ଚଳ ଅଧିକାରୀ ସୁଦାମ ଜଗଦଲାଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍‌ ବାଦିମାଲକୁ ଯାଇ ଉକ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲେ । ବଜ୍ରକାପ୍ତାର ଓଜନ ୫ କେଜି ୫୦୦ ଗ୍ରାମ ରହିଥିବା ବେଲେ ଲମ୍ବ ୨ ଫୁଟ୍‌ ୪ ଇଞ୍ଚ ରହିଛି । ବଜ୍ରକାପ୍ତାର ଡାକ୍ତର ମାଇନା ପରେ ଗନ୍ଧମାର୍ଦ୍ଦନ ଜଙ୍ଗଲରେ ଛାଡି ଦିଆଯିବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ଜଗଦଲା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.