oom

କାମ ଦେଲାନି ପଞ୍ଚାୟତ ସମିତି ବୈଠକରେ ବିଧାୟକଙ୍କ ତାଗିଦ୍ : ବୈଠକ ପରେ ଭୁଲି ଯାଉଛନ୍ତି ଅଧିକାରୀ

jsmm

ଦେଓଗାଁ ସଦର ପଞ୍ଚାୟତକୁ ଶତପ୍ରତିଶତ ପାନୀୟ ଜଳ ଯୋଗାଣ ପାଇଁ ଆଉ କେତେ ଦିନ?
ଦେଓଗାଁ, (ମନୀଷ କୁମାର ସାହୁ): ପଞ୍ଚାୟତ ସମିତି ବୈଠକରେ ବିଧାୟକ ଉପସ୍ଥିତି ଦେଓଗାଁ ବ୍ଲକ୍‌ବାସୀଙ୍କ ପାଇଁ ଶୁଭଙ୍କର । ଯେତେବେଳେ ସମିତି ବୈଠକରେ ବିଧାୟକ ଯୋଗଦେବା ନିଶ୍ଚିତ ହୋଇଥାଏ ସେତେବେଳଠାରୁ ବ୍ଲକ ଅଧିକାରୀ ଓ କର୍ମଚାରୀମାନେ ତରତର ହୋଇଥାନ୍ତି । କେଉଁ ବିଷୟରେ କାହାକୁ ଉତ୍ତର ଦେବାକୁ ପଡ଼ିବ ସେଥିପାଇଁ ପ୍ରସ୍ତୁତ ହେବାକୁ କର୍ମଚାରୀମାନେ ରାତିସାରା ପ୍ରସ୍ତୁତ ହୋଇ ଆସିଥାନ୍ତି । ପଞ୍ଚାୟତ ସମିତି ବୈଠକର ମଧ୍ୟ ସ୍ୱତନ୍ତ୍ରତା ଥିବା ବାରି ହୁଏ । ଦେଓଗାଁ ସଦର ପଞ୍ଚାୟତରେ ଶତ ପ୍ରତିଶତ ପାନୀୟ ଜଳ ଯୋଗାଣ କରାଯିବାକୁ ନେଇ ଗତ ପଞ୍ଚାୟତ ସମିତି ବୈଠକରେ ବିଧାୟକ ନରସିଂହ ମିଶ୍ର ଯନ୍ତ୍ରୀଙ୍କୁ ତାଗିଦ୍ କରିଥିଲେ । ଏହାସହ ଜାନୁଆରୀ ମାସ ଶେଷସୁଦ୍ଧା ସଠିକ୍ ଭାବେ ଜଳ ଯୋଗାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏପର୍ୟ୍ୟନ୍ତ ଦେଓଗାଁ ପଞ୍ଚାୟତ କାଛାରପାଲି ଗାଁର ମଦନପାଲିକୁ ପାନୀୟ ଜଳ ଯୋଗାଣ ହୋଇନି । ଦେଓଗାଁ ବ୍ଲକ ସଦର ମହକୁମା ଦେଓଗାଁ ଓ କଛାରପାଲି ଦୁଇଟି ଗାଁକୁ ନେଇ ଦେଓଗାଁ ପଞ୍ଚାୟତ ଗଠିତ । ୫ ବର୍ଷ ତଳେ ପଞ୍ଚାୟତର ସମସ୍ତ ପରିବାରକୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଶ୍ରୀ ମିଶ୍ର ପ୍ରତିଶ୍ରୁତି ଦେଇଥିଲେ । ଏଥିପାଇଁ ୬୦ ଲକ୍ଷ ଟଙ୍କା ଅନୁଦାନ ଆସିଥିଲା । ଅନୁଦାନ କିପରି ଠିକ୍ ଭାବେ ବିନିଯୋଗ ହେବ ନିୟମିତ ବ୍ୟବଧାନରେ ସମୀକ୍ଷା ହେଉଥିଲା । ଅନେକ ସମୟରେ କର୍ମଚାରୀମାନେ ଦେଉଥିବା ତଥ୍ୟକୁ ବିଶ୍ବାସ ନ କରି ବିଧାୟକ ଶ୍ରୀ ମିଶ୍ର କ୍ଷେତ୍ର ପରିଦର୍ଶନ କରିଛନ୍ତି । ତଥାପି ଏହି ପ୍ରକଳ୍ପ ଶେଷ ହୋଇପାରି ନ ଥିବାରୁ ଅନେକ ସମୟରେ ସଭା ସମିତିରେ ବିରକ୍ତି ଭାବ ଦେଖିବାକୁ ମିଳିଛି। ଗତ ଡିସେମ୍ବର ମାସରେ ଅନୁଷ୍ଠିତ ବୈଠକରେ ଦେଓଗାଁ ପଞ୍ଚାୟତକୁ ପାନୀୟ ଜଳ ବିଷୟରେ ବିରକ୍ତି ପ୍ରକାଶ କରିବାରୁ ନେଇ ଜାନୁଆରି ଶେଷ ସୁଦ୍ଧା ଶତ ପ୍ରତିଶତ ଜଳ ଯୋଗାଣ ଠିକ ଭାବରେ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଯନ୍ତ୍ରୀ । ହେଲେ ଜାନୁଆରି ଶେଷ ହୋଇ ଯାଇଥିଲେ ମଧ୍ୟ ପ୍ରକଳ୍ପ କାମ ଶେଷ ହୋଇ ପାରିନାହିଁ । ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଦାବୀ ହେଉଛି ।

jittmm
Leave A Reply

Your email address will not be published.