ପଦ୍ମପୁର ସହରରେ ଜଳଯୋଗାଣର ସମୀକ୍ଷା ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ଭାବେ ପଦ୍ମପୁର ସହରାଞ୍ଚଳ ମଧ୍ୟରେ ପାନୀୟ ଜଳ ଯୋଗାଣକୁ ସୁବ୍ୟବସ୍ଥିତ କରିବା ପାଇଁ ଆଜି ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ୟ୍ୟାଳୟ ଠାରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ପାନୀୟ ଜଳ ଯୋଗାଣ ସମ୍ପର୍କରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା । ସହରାଞ୍ଚଳ ମଧ୍ୟରେ ଜଳଯୋଗାଣକୁ ସୁନିଶ୍ଚିତ କରିବା ସହିତ ଆବଶ୍ୟକୀୟ ସ୍ଥଳେ ସହରର ବିଭିନ୍ନ ୱାର୍ଡକୁ ଟ୍ୟାଙ୍କର ଯୋଗେ ଜଳଯୋଗାଣ କରିବାକୁ ଉପଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଅଚଳ ନଳକୂପ ଗୁଡିକ ସଠିକ ମରାମତି ସହିତ ଷ୍ଟାଣ୍ଡପୋଷ୍ଟ ଗୁଡିକର ରକ୍ଷଣାବେକ୍ଷଣ ଉପରେ ବିଶେଷ ଗୁରୁତ୍ୱ ଆରୋପ କରାଯାଇଥିଲା । ସ୍ୱଚ୍ଛ ସାଥୀ ଓ ୱାର୍ଡ ଅଫିସର ମାନେ ସମ୍ପୁକ୍ତ ୱାର୍ଡର ଜଳ ସମସ୍ୟା ଉପରେ ବିଶେଷ ଭାବେ ଅନୁଧ୍ୟାନ କରି ନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଉକ୍ତ ବୈଠକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଜନସ୍ୱାସ୍ଥ୍ୟ ବିଭାଗ ବରଗଡ ଗୁଣନିଧି ପ୍ରଧାନ, ସହକାରୀ ନିର୍ବାହୀ ଯନ୍ତ୍ରୀ ପଦ୍ମପୁର ପଦ୍ମନାଭ ମାଝୀ, ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ଏନ୍.ଏ.ସି.ର ସମସ୍ତ କର୍ମଚାରୀ,ସ୍ୱଚ୍ଛସାଥୀ ଓ ୱାର୍ଡ ଅଫିସର ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.