oom

ବ୍ଲକସ୍ତରୀୟ କନଭର୍‌ଜେନ୍ସ ଯୋଜନା କମିଟି ବୈଠକ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସଭାଗୃହରେ ରାଜ ବୋଡାସମ୍ବର ବ୍ଲକ କନଭର୍ଜେନ୍ସ ଯୋଜନା କମିଟି ବୈଠକ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ପୋଷଣ ଅଭିଯାନ କାର୍ୟ୍ୟକ୍ରମକୁ ତ୍ବରାନ୍ବିତ କରିବା ସହିତ ସଠିକ୍ ଭାବରେ ପରିଚାଳନା କରିବା ପାଇଁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ଆଗେଇ ନେବା ନିମନେ୍‌ନ୍ତ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ସ୍ଥାନୀୟ ସମନ୍ବିତ ଶିଶୁ ବିକାଶ ଅଧିକାରୀ ତଥା ବ୍ଲକ କନଭର୍ଜେନ୍ସ କମିଟିର ଆବାହକ ସୁନୀତି ଦେବତା ପୋଷଣ ଅଭିଯାନର ଅଭିମୁଖ୍ୟ ଉପରେ ବିବରଣୀ ପ୍ରଦାନ କରିଥିଲେ । ଏହି କାର୍ୟ୍ୟକ୍ରମ ମାଧ୍ୟମରେ ଶିଶୁମାନଙ୍କ ଟୀକା କରଣ, ଭିଟାମିନ ଟାବ୍‌ଲେଟ ବଣ୍ଟନ, ଶିଶୁ ମାନଙ୍କର ବୃଦ୍ଧିର ତଦାରଖ, ପାନୀୟ ଜଳ ଯୋଗାଣ, ପରିମଳ ବ୍ୟବସ୍ଥା ତଦାରଖ, ଅଙ୍ଗନୱାର୍ଡ ଗୃହ ମରାମତି ଓ ନିର୍ମାଣ, ସାମାଜିକ ସୁରକ୍ଷା ଯୋଜନା ମାଧ୍ୟମରେ ହିତାଧିକାରୀମାନଙ୍କୁ ଉପକରଣ ବଣ୍ଟନ ଉପରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ରାଜ ବୋଡାସମ୍ବର ବ୍ଲକ ଅଧ୍ୟକ୍ଷ କୁମରମଣି ନାଏକ, ଜମଲା ପିଏଚସି ମେଡିକାଲ ଅଫିସର ତ୍ୟାଗରାଜ ସିଂ, ରାଜ ବୋଡାସମ୍ବର ବିଇଓ ତ୍ରିବିକ୍ରମ ପାଣିଗ୍ରାହୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଜନସ୍ବାସ୍ଥ୍ୟ ବିଭାଗ ପଦ୍ମନାଭ ମାଝୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରଜନୀକାନ୍ତ ବହିଦାର, ଗ୍ରାମ୍ୟ ଜଳ ପରିମଳ ବିଭାଗ ଏସଡିଓ ରଶ୍ମିରଞ୍ଜନ ମାଇଥି ଆଦି ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସଭା ପ୍ରାରମ୍ଭରେ ଉପଖଣ୍ତ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଣିଗ୍ରାହୀ ସ୍ବାଗତ ଭାଷଣ ଦେବା ସହିତ ସଭା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.