ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହୋଇଛନ୍ତି ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ । ଜନ ବିରୋଧୀ କାର୍ୟ୍ୟ ପାଇଁ ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ତାଙ୍କୁ ରବିବାର ବହିଷ୍କୃତ କରାଯାଇଥିବା ସୂଚନା ମିଳିଛି । ଏ ନେଇ ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରାଯାଇ ସୂଚନା ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ, କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଏଫଏସ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ଭିଜଲାନ୍ସ ଦ୍ବାରା ଗିରଫ ହୋଇଥିବା ବେଳେ ପ୍ରଦୀପ ପାଣିଗ୍ରାହୀ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ସହ ବନ୍ଧୁ ବାନ୍ଧିବାକୁ ଯାଉଥିଲେ। ପାଠକ ବାପା ଓ ପୁଅଙ୍କ ସହ ସମ୍ପର୍କକୁ ନେଇ ବିିବାଦରେ ଛନ୍ଦି ହୋଇଥିଲେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ।