oom

ବି.ଇଡି.ରେ ନାମ ଲେଖା ବନ୍ଦ ଘଟଣା : ଛାତ୍ର କଂଗ୍ରେସ ପକ୍ଷରୁ ଦୁଇ ଦଫା ଦାବୀ ସହ ବିକ୍ଷୋଭ ପ୍ରଦର୍ଶନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏନ୍‌ସିଟିଇ ଚଳିତ ବର୍ଷ ଠାରୁ ବଲାଙ୍ଗିର ବି.ଇଡି. କଲେଜରେ ନାମଲେଖା ପ୍ରତ୍ୟାହାର କରିଛି । ଏହି ନାମ ଲେଖା ପ୍ରତ୍ୟାହାର ବିରୁଦ୍ଧରେ ଆଜି ଛାତ୍ର କଂଗ୍ରେସ ତରଫରୁ ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦୁଇ ଦଫା ସମ୍ମିଳିତ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ଦାବୀପତ୍ରରେ ଏନ୍‌ସିଟିଇ ଆବଶ୍ୟକ କରୁଥିବା ଭିତ୍ତିଭୂମି ଶିକ୍ଷକ, କର୍ମ·ରୀ ବଲାଙ୍ଗିର ବି.ଇଡି କଲେଜରେ ବନ୍ଦୋବସ୍ତ କରିବା ସହ ଏଠାରେ ବି.ଇଡି ପାଠ୍ୟକ୍ରମରେ ନାମ ଲେଖାର ବ୍ୟବସ୍ଥା କରାଯାଉ ଓ ସେଲ୍ପ ଫାଇନାନ୍ସିଂ ବିଇଡି ନାମଲେଖାକୁ ପ୍ରୋତ୍ସହନା ନ ଦେଇ ସରକାରୀ କଲେଜରେ ଛାତ୍ରମାନଙ୍କୁ ବି.ଇଡି ପାଠ୍ୟକ୍ରମର ବ୍ୟବସ୍ଥା କରାଯାଇ ଛାତ୍ରମାନଙ୍କ ଯେପରି ଗୋଟିଏ ଶିକ୍ଷା ବର୍ଷ ନଷ୍ଟ ନହେବ ସରକାର ସେ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦୁଇ ଦଫା ବିଶିଷ୍ଟ ଦାବୀପତ୍ରରେ ଉଲ୍ଲେଖ ରହିଛି । ତେବେ ଉପରୋକ୍ତ ଦୁଇଟି ଦାବୀ ଉପରେ ସରକାର ଶୀଘ୍ର ପଦକ୍ଷେପ ନେଇ ବଲାଙ୍ଗିର ଜିଲ୍ଲା ଛାତ୍ର ସମାଜ ପ୍ରତି ନ୍ୟାୟ ପ୍ରଦାନ ନକଲେ, ଆଗାମୀ ଦିନରେ ଜିଲ୍ଲା ଛାତ୍ର କଂଗ୍ରେସ ସାରା ଜିଲ୍ଲାରେ ଛାତ୍ର ଆନ୍ଦୋଳନକୁ ତୀବ୍ରତର କରିବ ଏବଂ ଏଥିରେ ଯଦି କୌଣସି ଧନ ଜୀବନ ହାନୀ ହେଲେ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଦାବୀପତ୍ର ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରିଙ୍କୁ ପ୍ରଦାନ କରାଯାଇଥିଲା ।


ସୂଚନାଯୋଗ୍ୟ ଯେ, ବଲାଙ୍ଗିରରେ ଥିବା ବହୁ ପୁରାତନ ସରକାରୀ ବି.ଇଡି. କଲେଜରେ ଏ ବର୍ଷ ନାମଲେଖା ବନ୍ଦ କରି ଦିଆଯାଇଛି । ନେସନାଲ କାଉନସିଲ ଫର ଟିଚର ଏଜୁକେଶନ (ଏନ୍‌ସିଟିଇ) ତରଫରୁ ବାରମ୍ବାର ଶିକ୍ଷା ବିଭାଗକୁ ବି.ଇଡି କଲେଜର ଶିକ୍ଷା ଭିତ୍ତିଭୂମି, ଆବଶ୍ୟକ ସଂଖ୍ୟକ ଶିକ୍ଷକ ଏବଂ କର୍ମ·ରୀ ବ୍ୟବସ୍ଥା କରିବାକୁ ଚିଠି ମାଧ୍ୟମରେ ଜଣା ଯାଇଥିଲା । କିନ୍ତୁ ରାଜ୍ୟ ସରକାର ଏହାକୁ ନେଇ ସାମାନ୍ୟତମ ଉଦ୍ୟମ କରି ନଥିବା ଜଣାଯାଇଛି । ତେବେ ଭିତ୍ତିଭୂମି ଏବଂ ଶିକ୍ଷକ, କର୍ମ·ରୀର ଅଭାବ ଯୋଗୁଁ ଏନ୍‌ସିଟିଇ ଚଳିତ ଶିକ୍ଷା ବର୍ଷରେ ବଲାଙ୍ଗିର ସରକାରୀ ବି.ଇଡି କଲେଜରେ ନାମଲେଖା ଅନୁମତି ପ୍ରତ୍ୟାହାର କରି ନିଆଯାଇଛି । ନାମଲେଖା ପ୍ରତ୍ୟାହାର ଯୋଗୁଁ ଏଠିକାର ଅନେକ ଗରିବ ଛାତ୍ର ବି.ଇଡି.ରେ ନାମଲେଖାରୁ ବଂଚିତ ହୋଇଛନ୍ତି । ତେବେ ଆଜିର ବକ୍ଷୋଭ ପ୍ରଦର୍ଶନ ସମୟରେ କୁହାଯାଇଛି ଯେ, ବଲାଙ୍ଗିର ଜିଲ୍ଲା ହେଉଛି ଏକ ଚିର ମରୁଡି ପ୍ରପୀଡିତ ଜିଲ୍ଲା । ଆର୍ଥିକ କ୍ଷେତ୍ରରେ ଏହି ଜିଲ୍ଲାକୁ ରାଜ୍ୟ ସରକାର ଆଜି ପର୍ଯ୍ୟନ୍ତ ଅନ୍ୟ ଜିଲ୍ଲା ସହ ସମତୁଳ କରି ପାରିନାହାନ୍ତି । ଏଠାକାର ଶିକ୍ଷା ଓ ଶିକ୍ଷା ବ୍ୟବସ୍ଥା ମଧ୍ୟ ବହୁତ ପଛରେ । ଶିକ୍ଷା ଭିତ୍ତିଭୂମିରେ ମଧ୍ୟ ଏହି ଜିଲ୍ଲାକୁ ରାଜ୍ୟ ସରକାର ବାରମ୍ବାର ଅଣଦେଖା କରି ·ଲିଛନ୍ତି । ଏଠାକାର ଛାତ୍ର ବିଗତ ୨୦ ବର୍ଷରୁ ଅଧିକ ହେବ ସରକାରଙ୍କ ବୈମାତୃକ ମନୋଭାବ ଶିକାର ହେଉଛି ବୋଲି ଛାତ୍ର କଂଗ୍ରେସର ସଭାପତି ଅଙ୍କିତ ସାହୁ କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ଉପ-ସଭାପତି ମନୀଷ ମିଶ୍ର, ରାଜ୍ୟ ସଂପାଦକ ଅଜୟ ବାଲି, ଅଭିନାଶ ସାଏ, କୈ÷ଳାଶ ମିଶ୍ର, ଯୁବନେତା ଲୋପନ ମିଶ୍ର, ଛାତ୍ର ନେତା ନିରଞ୍ଜନ ମିଶ୍ର, ଟୁଲୁ ସେନ, ସଚିନ କୁମାର ସାହୁ, ଅଜିତ ମହାନନ୍ଦ, ସନ୍ମୟ ସାହୁ, ଶୁଭେନ୍ଦୁ ସାହୁ, ଅଂଚଳ ପଣ୍ଡା, ସରୋଜ ପଧାନ, ଲବଣି ନାଏକ, ଶଙ୍କର ବିଶି, ମିଲୁ ସେଠ, ଅମିୟ କୁମାର ବଗର୍ତ୍ତି ପ୍ରମୁଖ ସାମିଲ ଥିଲେ ।

jittmm
Leave A Reply

Your email address will not be published.