ମୋବାଇଲରେ କଥା ହେବା ପରେ କେନାଲକୁ ଡେଇଁ ଆ‌ତ୍ମହତ୍ୟା କଲେ ଟ୍ରକ୍ ଡ୍ରାଇଭର

ଜୟପୁର : ଜୟପୁର ଅଂଚଳ ଦେଇ ଯାଇଥିବା କେନାଲରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଯୁବକ ଜଣକ ନିଜ ସ୍ତ୍ରୀ ସହ ମୋବାଇଲ୍ ଫୋନ୍ ଯୋଗେ କଥା ହେବାପରେ ସ୍ତ୍ରୀ ସହ କିଛି ସମୟ ଧରି ଯୁକ୍ତି ଚାଲିବା ପରେ ଯୁବକ ଜଣକ କେନାଲକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଆନ୍ଧ୍ରପ୍ରଦେଶର ସାଲୁର୍ ଅଞ୍ଚଳର ହେଉଛନ୍ତି ଏହି ଯୁବକ ଏମ୍ ଶିବା । ଏମ୍ ଶିବା ଆନ୍ଧ୍ରପ୍ରଦେଶରୁ ମଧ୍ୟପ୍ରଦେଶକୁ ଆସୁଥିବା ବେଳେ ସେ ଏପରି କାଣ୍ଡ କରିଛନ୍ତି ବୋଲି ସେଠାକାର ଲୋକମାନେ କହୁଛନ୍ତି । ଏହାକୁ ନେଇ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ପୋଲିସ ଶବ ଜବତ କରିଛି ବୋଲି ସୂଚନା ମିଳଛି ।

Leave A Reply

Your email address will not be published.