ଭାରତୀୟ ମଜଦୁର ସଂଘ ପକ୍ଷରୁ କେନ୍ଦ୍ର ସରକାରଙ୍କ ଦର ବୃଦ୍ଧି ବିରୋଧରେ ଆନ୍ଦୋଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଭାରତୀୟ ମଜଦୁର ସଂଘ, ବଲାଙ୍ଗିର ଜିଲ୍ଲା ତରଫରୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଭାରତୀୟ ମଜଦୁର ସଂଘର ନିଷ୍ପତ୍ତି କ୍ରମେ ଦିଲ୍ଲୀଠାରେ ସ୍ଥିରିକୃତ ହୋଇଥିବା ଦରଦାମ ବୃଦ୍ଧି ଏବଂ ଗ୍ୟାସ, ପେଟ୍ରୋଲ ଓ ଡିଜେଲ ଜିଏସ୍‌ଟିରେ ଅର୍ନ୍ତଭୁକ୍ତ କରିବା ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ରାଷ୍ଟ୍ରବ୍ୟାପି ଆନ୍ଦୋଳନ କରାଯାଇଛି । ବଲାଙ୍ଗିର ଜିଲ୍ଲାରେ ଭାରତୀୟ ମଜଦୁର ସଂଘର କାର୍ଯ୍ୟକର୍ତ୍ତା ଏବଂ ବିଭିନ୍ନ ସଂଗଠନରୁ ଆସିଥିବା ନେତୃବୃନ୍ଦ ଏଥିରେ ଏକ ପ୍ରେସ ଇସ୍ତାହାର ଜିଏସ୍‌ଟି ଅର୍ନ୍ତଭୁକ୍ତ କରିବା ପାଇଁ ରନ୍ଧନଗ୍ୟାସ, ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକୀୟ ଗୃହ ଉପକରଣ ପାଇଁ ଦୃଢ ଦାବୀ କରିଥିଲେ ଏବଂ ଜିଲ୍ଲାପାଳ କାର୍ଯ୍ୟାଳୟ ୧୦ ଦଫା ସମ୍ବଳିତ ଏକ ଦାବୀପତ୍ର ଭାରତ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରୀୟ ମନ୍ତ୍ରୀ ଶ୍ରମ ଓ ନିଯୁକ୍ତି, ପେଟ୍ରୋଲ ଏବଂ ନେଚ୍ୟୁରାଲ ଗ୍ୟାସ, ମହିଳା ଓ ଶିଶୁ, ଏଚ୍‌ଆରଡି, ଡିଫେନ୍ସ, ରେଲୱେ ଏବଂ ରାଜ୍ୟ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ବିଭିନ୍ନ ମନ୍ତ୍ରୀଙ୍କୁ ୧୦ ଦଫା ସମ୍ବଳିତ ଦାବୀପତ୍ର ବଲାଙ୍ଗିର ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି । ଏଥିରେ ଭାରତୀୟ ମଜଦୁର ସଂଘର ରାଜ୍ୟ ଉପସଭାପତି ଅରୁଣ ସାହୁ, ଜିଲ୍ଲା ସଭାପତି ରୁନୁ ଗୋପାଳ ସାହୁ, ଜିଲ୍ଲା ଉପସଭାପତି ସନ୍ତୋଷ ପଧାନୀ, ସମ୍ପାଦକ ଆମୋଦ ମହାପାତ୍ର, କୋଷାଧ୍ୟକ୍ଷ ସୁରେନ୍ଦ୍ର ପୁରୋହିତ, ଡିମ୍ପଲ ନାଏକ ଏବଂ ଅଙ୍ଗନବାଡିି, ଆଶା କର୍ମୀ, ରେଲୱେ ୱାର୍କସ, ନିର୍ମାଣ ଶ୍ରମିକ ଇତ୍ୟାଦି ସଂଗଠନର କର୍ମୀମାନେ ଉପସ୍ଥିତ ଥିଲେ । ସରକାରଙ୍କର ଦରବୃଦ୍ଧି ତଥା ଅତ୍ୟାବଶ୍ୟକ ଜିନିଷ ଜିଏସ୍‌ଟି ଅର୍ନ୍ତଭୁକ୍ତ କରିବା ପାଇଁ ରାଜ୍ୟ ଉପସଭାପତି ଅରୁଣ ସାହୁ ଦୃଢୋକ୍ତି ପ୍ରକାଶ କଲେ । ଭାରତ ବର୍ଷର ୭୪୭ ଜିଲ୍ଲାରେ ବିଏମ୍‌ଏସ୍‌ ତରଫରୁ ଦାବୀପତ୍ର ଦିଆଯାଇଛି । ଏଥିରେ ରେଲୱେ ୱାର୍କସ୍‌ ୟୁନିୟନ, ବଡମାଲ ୱାର୍କସ୍‌ ୟୁନିୟନ, ବଡମାଲ ଏବଂ ଟିଟିଲାଗଡ ଠାରେ ଦାବୀପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.