ଅମଠି ଷ୍ଟେଟ ବ୍ୟାଙ୍କ ଶାଖାରୁ ହିତାଧିକାରୀଙ୍କ ଅଜଣାତରେ କଟିଥିବା ଟଙ୍କା ଫେରସ୍ତ ଦାବୀରେ ଆମରଣ ଅନଶନ

ପ‌ଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଅମଠି ଷ୍ଟେଟ ବ୍ୟାଙ୍କ ଶାଖାରୁ ହିତାଧିକାରୀଙ୍କ ଅଜଣାତରେ କଟିଥିବା ଟଙ୍କା ଫେରସ୍ତ ଦାବୀରେ ଆମରଣ ଅନଶନ ଚାଲିଛି । ଆଜି ପୂର୍ବାହ୍ନ ୧୦ ଟାରୁ ଏତେ ବେଳଯାଏଁ ଧାରଣାରେ ବସିଛନ୍‌ନ୍ତି ହିତାଧିକାରୀ । ହେଲେ କେହି ତାଙ୍କ କଥାକୁ ଶୁଣୁ ନାହାନ୍ତି । ଏହି ସମସ୍ୟା ର ସମାଧାନ ପାଇଁ ବିଭାଗିୟ କତ୍ତୃପକ୍ଷ ତତ୍ପରତା ଦେଖା ନ‌ଦେଉଥିବା ହିତାଧିକାରୀଙ୍କ ଠାରୁ ଜଣା ପଡ଼ିଛି। ଏ ବାବଦକୁ ନେଇ ଜୟ କୁମାର ନିଗମ ସମାଜସେବୀ ଭାବରେ ବିଭାଗୀୟ କର୍ତ୍ତୃପକ୍ଷ, ଶାଖା ପରିଚାଳକ ଲିଡ ବ୍ୟାଙ୍କ ମ୍ୟାନେଜର ବରଗଡ଼ଙ୍କୁ ଏ ବିଷୟରେ ଅବଗତ କରାଯାଇଥିଲେ ମଧ୍ୟ କିଛି କାର୍ୟ୍ୟକାରୀ ହୋଇନାହିଁ । ସମ୍ପୂର୍ଣ ଭାବରେ ଝାରବନ୍ଧ ବ୍ଲକ ଅଂଚଳରେ ଆର୍ଥିକ ସ୍ଥିତି ଠିକ୍‌ ନାହିଁ । ଏ ଅଞ୍ଚଳରେ ପ୍ରାୟ ୭୫ ଶତକଡା ଆଦୀବାସୀ ଗରିବ ଶ୍ରେଣୀର ଲୋକ ଅଛନ୍ତି । ସେମାନେ ଏମ୍.ଜି.ଏନ୍.ଆର.ଇ.ଜି.ଏ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କେନ୍ଦୁପତ୍ର ତୋଳା, ବିଭିନ୍ନ ସରକାରୀ ବେସରକାରୀ ବେତନ, ଖୁଚୁରା ବ୍ୟପାରୀଙ୍କ ଟଙ୍କା ଜମା କରିଥାନ୍ତି । ଦୁଃଖ ବିଷୟରେ ଏଇ ଟଙ୍କା ହିତାଧିକାରୀଙ୍କ ଗଲା କୁଆଡେ, ତାର ଉ‌ତ୍ତର କାହା ପାଖରେ ନାହିିଁ । ବଡ଼ କଥା ଯେ, ବର୍ତ୍ତମାନ ପର୍ୟ୍ୟନ୍ତ କୌଣସି ଅଧିକାରୀ ଅନଶନ ସ୍ଥାନକୁ ପହଞ୍ଚି ନାହିଁନ୍ତି । ଦେଖାଯାଉ, ଆଗକୁ କ’ଣ ହେଉଛି ।

Leave A Reply

Your email address will not be published.