om academy

ଶିକ୍ଷା ବଞ୍ଚାଅ-ଓଡିଶା ବଞ୍ଚାଅ ଅଭିଯାନକୁ ଗାଁ ଗାଁ ପହଞ୍ଚାଉଛି ଏଆଇଏସଏଫ୍‌

jsm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶିକ୍ଷା ବଞ୍ଚାଅ ଅଭିଯାନକୁ ଗାଁ ଗାଁକୁ ପହଞ୍ଚାଉଛି ଏଆଇଏସ୍‌ଏଫ୍ । ଶିକ୍ଷା ସଂକୋଚନକାରୀ ଜାତୀୟ ଶିକ୍ଷାନୀତି-୨୦୨୦, ଓଡିଶା ବିଶ୍ୱ ବିଦ୍ୟାଳୟ ସଂଶୋଧନ ଆଇନ-୨୦୨୦ ଓ ଛାତ୍ରଛାତ୍ରୀ ହ୍ରାସ ନେଇ ଏହାର କାରଣ ଓ ନିରାକରଣକୁ ଗୁରୁତ୍ୱ ନ ଦେଇ ସରକାରୀ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ବିରୋଧରେ ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସ୍‌ଏଫ) ପକ୍ଷରୁ ଆହୁତ ରାଜ୍ୟବ୍ୟାପୀ ଶିକ୍ଷା ବଞ୍ଚାଅ-ଓଡିଶା ବଞ୍ଚାଅ ଅଭିଯାନରେ ଆଜି ବଲାଙ୍ଗିର ଜିଲ୍ଲାର ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ପଥର୍ଲା ଗ୍ରାମ ପଂଚାୟତଠାରେ ବିଭିନ୍ନ ବିଦ୍ୟାଳୟ, ଆଇଟିଆଇ ଓ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ସମବେତ ହୋଇଥିଲେ । ଏହି ଅଭିଯାନର ଆବାହକ ତଥା ଏଆଇଏସ୍‌ଏଫ୍ ରାଜ୍ୟ ସଭାପତି ସଂଘମିତ୍ରା ଜେନା ଯୋଗଦେଇ ଜାତୀୟ ଶିକ୍ଷାନୀତି ୨୦୨୦ ଶିକ୍ଷାକୁ ସମ୍ପୁର୍ଣ୍ଣ ଘରେଇକରଣ, ବ୍ୟବସାୟୀକରଣ, କେନ୍ଦ୍ରୀକରଣ, ସାମ୍ପ୍ରଦାୟିକରଣ ପାଇଁ ପଥ ଉନ୍ମୁକ୍ତ କରିବ ବୋଲି କହିଥିଲେ । ସରକାର ଶିକ୍ଷାନୁଷ୍ଠାନ ବନ୍ଦ କରି ସାଧାରଣ ଗରିବ ଶ୍ରେଣୀର ଛାତ୍ର ଛାତ୍ରୀଙ୍କ ପାଖରେ ଶିକ୍ଷାକୁ ଅପହଞ୍ଚ କରିବ । ଏହି ନୀତି ଲାଗୁ ହେଲେ ଅବୈଜ୍ଞାନିକ ବିଚାରଧାରାକୁ ପ୍ରୋତ୍ସାହନ ଯୋଗାଇବ ଓ ଦେଶର ଭବିଷ୍ୟତ ପଶ୍ଚାତ ଗତି ଧରିବା ଓଡିଶାର ବିଶ୍ୱ ବିଦ୍ୟାଳୟ ସଂଶୋଧନ ଆଇନ ୨୦୨୦ ବିଶ୍ୱ ବିଦ୍ୟାଳୟ ଗୁଡିକର ସ୍ୱାୟତ୍ତତା ନଷ୍ଟ କରିବା ସହ ଉଚ୍ଚ ଶିକ୍ଷା ପରିଚାଳନାରେ ଛାତ୍ର ପ୍ରତିନିଧିଙ୍କ ଆନୁଷ୍ଠାନିକ ଅଂଶଗ୍ରହଣକୁ ବନ୍ଦ କରାଇ ଉଚ୍ଚ ଶିକ୍ଷାର ପ୍ରୟୋଗ କ୍ଷେତ୍ରରେ ଗତିରୋଧ କରିବା ଶିକ୍ଷା ସଂକୋଚନ ପାଇଁ ବିଦ୍ୟାଳୟରେ ଛାତ୍ରଛାତ୍ରୀ ହ୍ରାସର କାରଣ ଓ ନିରାକରଣକୁ ଗୁରୁତ୍ୱ ନ ଦେଇ ହଜାର ହଜାର ସରକାରୀ ବିଦ୍ୟାଳୟ ବନ୍ଦ କରିବା ନିଷ୍ପତ୍ତି କରି କେନ୍ଦ୍ର ସରକାରକୁ ବଳିଗଲେ ରାଜ୍ୟ ସରକାର । ଏହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷା ସଂକୋଚନ, ସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ଓ ଛାତ୍ ସମାଜର ଭବିଷ୍ୟତ ଅନ୍ଧକାର କରିବାର ଆଶଙ୍କାକୁ ପଦାରେ ପକାଇଛି ବୋଲି ସଂଘମିତ୍ର ଜେନା କ୍ଷୋଭ ପ୍ରକାଶ କରି ପଲ୍ଲୀରୁ ଦିଲ୍ଲୀ ପର୍ୟ୍ୟନ୍ତ ଏହାର ପ୍ରତିରୋଧ ପାଇଁ ଆହ୍ୱାନ ଦେଇଥିଲେ । ଏହି ଅଭିଯାନରେ ଏଆଇଏସ୍‌ଏଫର ପୂର୍ବତନ ରାଜ୍ୟ ସଂପାଦକ ଜୟନ୍ତ ଦାସ, ଜମାକାରୀ ମିଳିତ ମଂଚର ବଲାଙ୍ଗିର ଜିଲ୍ଲା ସଭାପତି ବିଭୁଦତ୍ତ ମିଶ୍ର, ସଂପାଦକ ଲଳିତ ଦୀପ, ମଦନ ମୋହନ ଡାଙ୍ଗ ପ୍ରମୁଖ ଉଦ୍‌ବୋଧନ ଦେଇଥିବା ବେଳେ ବିଭିନ୍ନ ବିଦ୍ୟାଳୟର ଛାତ୍ର ନେତା ଦୀନବନ୍ଧୁ ପ୍ରଧାନ, ସ୍ୱାଧୀନ ରଣା, ଓମ୍ ପ୍ରକାଶ ନନ୍ଦ, ଅମିତ କର୍ମୀ, ଯଶୋବନ୍ତ ବହିଦାର, ଅନିଲ ସୁନା, ଶ୍ରୀତମ ବାରିକ, ଅରକ୍ଷିତ କମ୍ପ, ଦାଶରଥୀ ବାଗ, ଆକାଶ ରଣା ଏବଂ ଆଶିଷ କୁମାର ପ୍ରମୁଖ ଏହି କରୋନା କାଳରେ ଛାତ୍ରଛାତ୍ରୀଙ୍କ ଉପରେ ଆର୍ଥିକ ବୋଝ ବଢାଇବା ସହ କିଭଳି ଅଧ୍ୟୟନ ଗୁରୁତର ବାଧାପ୍ରାପ୍ତ ହୋଇଅଛି ତାହା ଆଲୋଚନା କରିଥିଲେ ।

Leave A Reply

Your email address will not be published.