ସମ୍ବଲପୁର, (କେପିଏନ୍ଏସ୍) : ଅନୁଗୁଳ, ବରଗଡ, ବଲାଙ୍ଗିର, ଢେଙ୍କାନାଳ, ଦେବଗଡ, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁବର୍ଣ୍ଣପୁର ଓ ସନ୍ଦରଗଡ ଜିଲ୍ଲାର ଯୋଗ୍ୟ ପ୍ରାର୍ଥୀଙ୍କ ନିମନ୍ତେ ଅଗ୍ନିପଥ ଯୋଜନା ମାଧ୍ୟମରେ ଆର୍ମି ନିଯୁକ୍ତି ରାଲି ଅନୁଷ୍ଠିତ ହେବ । ଏହି ଆର୍ମି ନିଯୁକ୍ତି ରାଲି ସମ୍ବଲପୁର ସ୍ଥିତ ସମ୍ଲପୁର ସ୍ଥିତ ସମ୍ବଲପୁର ଏୟାରଷ୍ଟ୍ରିପ ଠାରେ ସେପ୍ଟେମ୍ବର ମାସ ୯ ତାରିଖଠାରୁ ୧୪ ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ । ମାନଦଣ୍ଡ, ଶିକ୍ଷାଗତ ଯୋଗ୍ୟତା ଏବଂ ବାଧ୍ୟତାମୂଳକ କୋଭିଡ ନିର୍ଦ୍ଦେଶାବଳୀ ସମ୍ପର୍କରେ ପ୍ରାର୍ଥୀମାନେ ଆର୍ମି ନିଯୁକ୍ତି ରାଲି ବିଜ୍ଞାପନ ଜଏନ ଇଣ୍ଡିଆନ ଆର୍ମି ୱେବ ସାଇଟ www.joinindianarmy.nic.in ଦେଖିପାରିବେ । ଆବେଦନ କରିବା ପାଇଁ ଅନଲାଇନ ରେଜିଷ୍ଟ୍ରେସନ ବାଧ୍ୟତାମୂଳକ ଅଟେ । ଅନ୍ଲାଇନ ରେଜିଷ୍ଟ୍ରେସନ ଜୁଲାଇ ୫ ତାରିଖ ଠାରୁ ଅଗଷ୍ଟ ମାସ ୩ ତାରିଖ ପର୍ୟ୍ୟନ୍ତ ଖୋଲା ରହିବ । ଆର୍ମି ନିଯୁକ୍ତି ରାଲି ଆରମ୍ଭ ହେବାର ୧୫ ଦିନ ପୂର୍ବରୁ ପ୍ରାର୍ଥୀମାନଙ୍କ ପଞ୍ଜିକୃତ ଇ-ମେଲରେ ଏଡମିଟ କାର୍ଡ ପ୍ରେରଣ କରାଯିବ ବୋଲି ସମ୍ବଲପୁର ଏଆର୍ଓ ଜଣାଇଛନ୍ତି ।
Prev Post