ସଇଁନ୍ତଲା ଅଞ୍ଚଳରେ କରୋନା ଆକ୍ରାନ୍ତ ବ୍ୟକ୍ତି ହୋମ୍‌ କ୍ୱାରେନ୍‌ଟାଇନ୍‌ରେ ର‌ହିବାକୁ ଦାବୀ : ପ୍ରତିକାର ପାଇଁ ଆଗେଇ ଆସିଲେ ସଇଁନ୍ତଲା ଯୁବ ଗୋଷ୍ଠୀ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଦିନକୁ ଦିନ କରୋନା ମହାମାରୀ ରୂପ ନେଉଥିବା ବେଳେ ଜନସାଧାରଣ ସଚେତନତାକୁ ବେଖାତିର କରୁଥିବା ଯୋଗୁଁ ସଂକ୍ରମଣ ଆହୁରି ଭୟଙ୍କର ରୂପ ଧାରଣ କରିସାରିଲାଣି । ତେବେ ଏହାର ସମାଧାନ କେଉଁଠି ?

ସୂଚନା ଏହି କି ଯେ, କିଛିଦିନ ହେବ ବଲାଙ୍ଗିର ଜିଲ୍ଲା ସଇଁନ୍ତଳା ଅଞ୍ଚଳରେ ବହୁ ପରିମାଣରେ କରୋନା କାୟାବିସ୍ତାର କରିଛି । କିନ୍ତୁ ଯେଉଁ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଛନ୍ତି ସେମାନେହୋମ୍‌ କ୍ୱାରେନ୍‌ଟାଇନ୍‌ରେ ର‌ହିବାକୁ ସରକାରଙ୍କ ନିଷ୍ପତି ରହିଥିବା ସହ ଅନୁରୋଧ ମଧ୍ୟ ବାରମ୍ବାର କରୁଛନ୍ତି । କିନ୍ତୁ ବେଖାତିର ମନୋଭାବ ଯୋଗୁଁ କରୋନା ଆକ୍ରାନ୍ତ ବ୍ୟକ୍ତି ବୁଲୁଛନ୍ତି ଏଣେତେଣେ ।

ତେଣୁ ଆଜି ଏହାର ପ୍ରତିକାର ପାଇଁ ସଇଁନ୍ତଲା ଯୁବ ଗୋଷ୍ଠୀ ଆଗେଇ ଆସିଛନ୍ତି । ଅଞ୍ଚଳର ସମସ୍ତ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେବା ସହ ଅଞ୍ଚଳକୁ ସେନିଟାଇଜ କରାଯାଉ ଏବଂ ଆବଶ୍ୟକ ଠାରୁ ବେଶୀ ଲୋକଙ୍କୁ ଏକତ୍ର ନକରାଯିବାକୁ ଯୁବ ଗୋଷ୍ଠୀ ଦାବୀ କରିଛନ୍ତି ।

ତେବେ ଆଜି ସଇଁନ୍ତଲା ସରପଞ୍ଚ, ପୋଲିସ, ତହସିଲଦାର ଓ ସଇଁନ୍ତଲା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଏହା ପ୍ରତି ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଥିବା ବେଳେ ଯଦି କରୋନା ଆକ୍ରାନ୍ତ ବ୍ୟକ୍ତି ବୁଲାବୁଲି କଲେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବୃଦ୍ଧି ହେବ ବୋଲି କୁହାଯାଇଛି । ତେଣୁ କିପରି କରୋନାକୁ ରୋକାଯିବ, ଏହାର ପ୍ରତିକାରରେ ସଇଁନ୍ତଳା ଯୁବଗୋଷ୍ଠୀ ମା’ ଚଣ୍ଡୀ ମନ୍ଦିରଠାରୁ ସାମାଜିକ ଦୁରତା ରକ୍ଷା କରି ସମସ୍ତ ଅଫିସରଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.