ଦୀର୍ଘ ୩ ମାସ ହେଲା ଅଚଳ ହୋଇ ପଡିଛି ନଳକୂପ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ପଚାଂୟତର ବାଦିଘୋର ଗ୍ରାମରେ ହରିଜନ ପଡାଠାରେ ଅଚଳ ହୋଇ ପଡିଛି ନଳକୂପ । ଲୋକେ ପାନୀୟ ଜଳ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଁର ଲୋକଙ୍କ ଗୁାହରୀ କେହି ଶୁଣୁ ନଥିବା ଅଭିଯୋଗ ହେଉଛି । ଏଥିପାଇଁ ଜନ ଅସନ୍ତୋଷ ଲାଗିରହିଛି ଗାଁର ହରିଜନ ପଡ଼ାରେ । ତେବେ କେବେ ଏଇ ପଡ଼ାବାସୀଙ୍କ ନଳକୂପ ସଜଡ଼ା ହେବ ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀମାନେ । ପ୍ରଶାସନର ଦୃଷ୍ଟି ପଡ଼ୁ ।

Leave A Reply

Your email address will not be published.