oom

ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୁନ୍‌ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ମାସର ପ୍ରଥମ ସୋମବାର ଦିନ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର, ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ଡିଏଫ୍‌ଓ ନିତିଶ କୁମାର, ପିଡିଡିଆର୍‌ଡିଏ ଶୁଶାନ୍ତ କୁମାର ସିଂ, ପିଡି ଡୁଡା ସୁଦର୍ଶନ ସାଏ, ବଲାଙ୍ଗିର ଉପଜିଲ୍ଲାପାଳ ଲମ୍ବୋଦର ଧରୁଆ, ଉପଖଣ୍ଡ ପୋଲିସ ଅଧିକାରୀ ତୋଫାନ ବାଗଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, ବଲାଙ୍ଗିର ଉପଖଣ୍ଡ ଅନ୍ତର୍ଗତ ସମସ୍ତ ବିଡିଓ ତହସିଲଦାର ଓ ସିଡିପିଓମାନେ ଉପସ୍ଥିତ ଥିଲେ । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣିରେ ବିଭିନ୍ନ ସମସ୍ୟାମୂଳକ ମୋଟ ୧୨୪ ଗୋଟି ଅଭିଯୋଗ ଦରଖାସ୍ତ ଦାଖଲ ହୋଇଥିଲା । ତନ୍‌ମଧ୍ୟରୁ ୧୧୪ ଗୋଟି ବ୍ୟକ୍ତଗତ ଅଭିଯୋଗ ମୂଳକ ଦରଖାସ୍ତ ହୋଇଥିବା ବେଳେ ଅବଶିଷ୍ଟ ୧୦ ଗୋଟି ସାମୁହିକ ଦରଖାସ୍ତ ଦାଖଲ ହୋଇଥିଲା । ଅଭିଯୋଗ ଦରଖାସ୍ତ ମଧ୍ୟରୁ ୧୩ ଗୋଟି ଅଭିଯୋଗର ସମାଧାନ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ହିଁ ସମାଧାନ କରାଯାଇଥିଲା । ଅନ୍ୟ ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ମାଧ୍ୟମରେ ହିତାଧିକାରୀମାନଙ୍କୁ ସହାୟତା ପ୍ରଦାନ କରାଯାଇଥିଲା । ୪ ଜଣଙ୍କୁ ଟ୍ରାନ୍ସଜେଣ୍ଡର ପରିଚୟ ପତ୍ର, ୨ ଜଣଙ୍କୁ ହ୍ୱିଇଲ ଚେୟାର ଓ ସଇଁନ୍ତଲା ବ୍ଲକର ବାଲିପଡା ଗ୍ରାମର ଦମୟନ୍ତି ନାଗଙ୍କୁ ମାଗଣା ଲେପ୍‌ଟପ୍‌ ପ୍ରଦାନ କରାଯାଇଥିଲା । ସେହିପରି ଚିକିତ୍ସା ସହାୟତା ବାବଦରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଧଣ୍ଡାମୁଣ୍ଡା ଗ୍ରାମର ଯଦୁମଣି ବିଶ୍ୱାଲଙ୍କୁ ୧୦ ହଜାର ଟଙ୍କା, ଚନ୍ଦନଭାଟି ଗ୍ରାମର ଶଙ୍କର ବେହେରାଙ୍କୁ ୫ ହଜାର ଟଙ୍କା, ସିକାଛିଡା ଗ୍ରାମର ମୁକ୍ତାମଣି ସୁନାଙ୍କୁ ୫ ହଜାର ଟଙ୍କା, ବଲାଙ୍ଗିର କଦମପଡାର ସିକୁନ ବାଗଙ୍କୁ ୬ ହଜାର ଟଙ୍କା ଓ ଭାନପୁର ଗ୍ରାମର ଯୋଶୋଦା ରାୟଙ୍କୁ ୬ ହଜାର ଟଙ୍କାର ସହାୟତା ଚେକ୍‌ ମାଧ୍ୟମରେ ପ୍ରଦାନ କରାଯାଇଥିଲା ।

jittmm
Leave A Reply

Your email address will not be published.