centurian jitm

ଜିଲ୍ଲାପାଳ ଓ ଏସ୍‌ପିଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

nschool

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଝରଣୀ ପଞ୍ଚାୟତର ଝରଣୀ ଗ୍ରାମ ମିଶନ ଶକ୍ତି କାର୍ଯ୍ୟଳୟ ସମ୍ମୁଖରେ ଗତ ସୋମବାର ଦିନ ଜିଲ୍ଲାପାଳ ଓ ଏସ୍‌ପିଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଏସ୍‌ପି ନିତିନ କୁଶଳକର ଯୋଗ ଦେଇ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ । ବିଭିନ୍ନ ସମୟରେ ବ୍ଲକ କାର୍ଯ୍ୟାଳୟରେ ସରକାରୀ କାର୍ଯ୍ୟକ୍ରମ ହେଉଥିବା ବେଳେ ଗ୍ରାଉଣ୍ଡରେ କେମିତି ଲୋକଙ୍କ ସମସ୍ୟାର ସମାଧାନ ହେବ ସେ ନେଇ ଏହି ଶିବିର ଆୟୋଜନ କରାଯାଇଥିଲା । ମୋଟ ୭୭ଟି ଅଭିଯୋଗ ଆସିଥିଲା । ସେ ମଧ୍ୟରୁ ୫ଟି ବୃଦ୍ଧ ବୃଦ୍ଧାଙ୍କୁ ଭତ୍ତା ବଣ୍ଟନ, ତିନୋଟି ଭିନ୍ନକ୍ଷମଙ୍କୁ ସହାୟତା ପ୍ରଦାନ କରାଯାଇଥିଲା । ଗାଁ ଗାଁରେ ଭତ୍ତାର ସମସ୍ୟା ଅନେକ ଥିବାର ଅଭିଯୋଗ ହୋଇଥିଲା । ବହୁ ଚର୍ଚ୍ଚିତ ମମିତା ମେହେରଙ୍କ ଗାଁ ଝରଣୀ ଗାଁରେ ଏହି ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିବାରୁ ବଲାଙ୍ଗିର ଜିଲ୍ଲାପାଳ ଓ ଏସପିଙ୍କୁ ମୃତ ମମିତା ମେହେରଙ୍କ ପରିବାର ଲୋକେ ଏକ ବେନର ମାଧ୍ୟମରେ ଧନ୍ୟବାଦ ଜଣାଇଥିଲେ । ଜିଲ୍ଲାପାଳ ଓ ଏସପିଙ୍କୁ ଅତି ଉତ୍ତମ ଭାବରେ କୀର୍ତ୍ତନ ବାଦ୍ୟ ସହ ମିଶନ ଶକ୍ତିର ମହିଳାମାନେ ପାଛୋଟି ନେଇଥିଲେ । ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଝରଣୀ ଗାଁର ଖଡଖଡି ପଟାବନ୍ଧ କୋଡ଼ିଏ ଗଜ୍‌ରୁ ଅଧିକ ଏରିଆ ଅଛି ଉକ୍ତ ବନ୍ଧକୁ ଆଦର୍ଶ ବନ୍ଧ କରାଯିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ । ଝରଣୀ ଜି ପିପି ହାଇସ୍କୁଲକୁ +୨ ଶ୍ରେଣୀ ମଞ୍ଜୁର କରାଯିବା ପାଇଁ ଗ୍ରିଭିନ୍ସ୍ ଦିଆଯାଇଛି । ଝରଣୀ ପଞ୍ଚାୟତର ଅଫିସ ଗୃହ ନିର୍ମାଣ ହୋଇଥିବା ଜାଗା ଅତି କମ୍ ଥିବାରୁ ନୂତନ ଭାବେ ସରକାରୀ ଜାଗା ଯୋଗାଇ ଦିଆଯିବା ନିମନ୍ତେ ଅନୁରୋଧ ଜଣାଇଛନ୍ତି । ତୁରେକେଲା ବ୍ଲକ ଅଞ୍ଚଳରେ ରାସନ କାର୍ଡ଼ ହିତାଧିକାରୀମାନ ରାସନ କାର୍ଡ଼ରେ ପରିବାରର ସଦସ୍ୟମାନଙ୍କ ନାମ ନଥିବା ଯୋଗୁଁ ତାଙ୍କ ସମସ୍ୟା ସବୁ ବୁଝିଥିଲେ ।ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଚିଠି ନପ୍ସ୭୪୫/ତା୧୮/୦୪/୨୩ରିଖକୁ ସିଡିଏମ୍‌ଓ ଏବଂ ପିଏଚ୍ଓ ବଲାଙ୍ଗିର, ସିଡିଭିଓ ବଲାଙ୍ଗିର, ସିଡିଏଓ ବଲାଙ୍ଗିର, ଡିଏଚ୍ଓ ବଲାଙ୍ଗିର, ଡିଏଲ୍ଓ ବଲାଙ୍ଗିର, ଡିଏସ୍ ଡବ୍ଳୁଓ ବଲାଙ୍ଗିର, ଡିଏସ୍ ଏସ୍ଓ ବଲାଙ୍ଗିର, ଏଲ୍ ଡି ଏମ୍ ବଲାଙ୍ଗିର, ଜିଲ୍ଲାପାଳ, ଡିଏମ୍‌ଙ୍କ କ୍ରମେ ଲୋକ ସେବା ଶିବିର ବା ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ କରାଯାଇଥିଲା । ଏହି ଅବସରରେ ଜିଲ୍ଲାପାଳ ଚଞ୍ଚଳ ରାଣା, ବଲାଙ୍ଗିର ଏସ୍‌ପି ନୀତିନ କୁଶଲକର, ବଲାଙ୍ଗିର, ଉପଜିଲ୍ଲାପାଳ, ଟିଟିଲାଗଡ଼, ଉପରୋକ୍ତ ସମସ୍ତ ବିଭାଗୀୟ, ତହସିଲଦାର ଅମୃତ ଲାଲ୍ ବେହେରା କଣ୍ଟାବାଞ୍ଜି । ଏମ୍ଓ, ସିଏଚ୍ ସି, ଏଏଓ, ସିଡିପିଓ ଏଏଫ୍ଓ, ଏସ୍ଏଚ୍ ଓ, ବିଭିଓ ବିଇଓ, ବିପିସି, ମିଶନ ଶକ୍ତି, ଏଇ ଆର୍ ଡବ୍ଳୁଏସ୍, ବିଏସ୍ଏସ୍ଓ, ବିପିଏମ୍, ଏମ୍ ଆଇ, ଡବ୍ଳୁଇଓ ଏବଂ ବିପିସି ତୁରେକେଲା ବ୍ଲକ । କଣ୍ଟାବାଞ୍ଜି ରେଞ୍ଜର ମହୋଦୟ, ଅଗ୍ନିଶମ ବିଭାଗୀୟ, ବିଏମ୍ ତୁରେକେଲା । ୧୦ ନଂ ଜୋନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମ୍ମା ପରବିନ୍, ନପ୍ସ୧୧ଜୋନ୍ ଜିଲ୍ଲା ପରିଷଦ କୋଶିକ ମେହେର, ପୂର୍ବତନ ସରପଞ୍ଚ ଆଶାଦଲ୍ଲା ଖାଁ, ଝରଣୀ ଗ୍ରାମପଞ୍ଚାୟତ ସରପଞ୍ଚ ରଘୁବୀର ମେହେର, ବଡବାଙ୍କି ଗ୍ରାମ ପଞ୍ଚାୟତ ସରପଞ୍ଚ ଡୋଲାଧର ବାଗ, ତୁରେକେଲା ସମିତି ପ୍ରମୋଦ କୁମାର ମହାପାତ୍ର, ସମାଜ ସେବୀ ଉମେଶ ଚନ୍ଦ୍ର ମେହେର, ସିରାଜ୍ ଖାନ୍, ଦିଆଲୁ ମେହେର ଏବଂ ତୁରେକେଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁର ଏସ୍‌ଏଚ୍‌ଜି ମହିଳା ବୃନ୍ଦ ପ୍ରମୁଖ ଉପସ୍ଥିତ ହୋଇଥିଲେ ।

Leave A Reply

Your email address will not be published.