jayashree

ଭଟଲି ବ୍ଲକର ସରକାରୀ ସ୍କୁଲକୁ ବନ୍ଦ କରାନଯାଉ : ଆପ୍

ବରଗଡ଼, (ସତ୍ୟନାରାୟଣ ପଧାନ ) : ରାଜ୍ୟ ସରକାର ବନ୍ଦ କରୁଥିବା ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକ ମଧ୍ୟରୁ ଭଟଲି ବ୍ଲକର ୧୫ଟି ସ୍କୁଲ ରହିଛି । ସରକାରଙ୍କ ଏହି ନିଷ୍ପତ୍ତିକୁ ଅଭିଭାଭକ ମାନେ ବିରୋଧ କରୁଛନ୍ତି । ଜିଲ୍ଲାପାଳଙ୍କ ଜରିଆରେ ସର୍ଭେ କରି ସ୍କୁଲ ଗୁଡ଼ିକୁ ପୁନଃ ଖୋଲିବାକୁ ସରକାର ନିର୍ଦେଶ ଦେଇଥିବା ବେଳେ ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛି ଆମ ଆଦମୀ ପାର୍ଟି । ମଙ୍ଗଳବାର ଭଟଲି ଶିକ୍ଷା ଅଧିକାରୀଙ୍କୁ ଏକ ରିମାଇଣ୍ଡର ଲେଟର ଦେଇଛି ଆପ୍ । ସରକାରୀ ସ୍କୁଲକୁ ଖୋଲିବାକୁ ପ୍ରଶାସନ ଚିଠି ନଦେଲେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ବିରେନ କୁମ୍ଭାର, ଆନନ୍ଦ ଆଚାର୍ଯ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.