
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ୮ ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ଦେଶରେ କରୋନା ଭୂତାଣୁ ମହାମାରୀର ସ୍ଥିତି ସମୀକ୍ଷା କରିଛନ୍ତି । କରୋନା ସହିତ ମୁକାବିଲା କରିବା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ସେ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଚତୁର୍ଥ ପର୍ୟ୍ୟାୟରେ ଲୋକଙ୍କୁ କରୋନାର ଗମ୍ଭୀରତା ବିଷୟରେ ପୁନର୍ବାର ସଚେତନ ହେବାକୁ ପଡ଼ିବ । ସେ କହିଛନ୍ତି ଯେ, କରୋନା ଟୀକା ଉପରେ କାମ ଜାରି ରହିଛି । କିନ୍ତୁ ଆମକୁ କୌଣସି ପ୍ରକାରର ଅବହେଳା କରିବା ଠିକ୍ ନୁହେଁ ।
ସେ କହିଥିଲେ ଯେ, ପ୍ରାରମ୍ଭରେ ଆମକୁ କିଛି ପ୍ରତିବନ୍ଧକ ଲଗାଇବାକୁ ପଡିଲା ଯାହା ଦ୍ଦ୍ୱାରା କିଛି ବ୍ୟବସ୍ଥାର ବିକାଶ କରାଯାଇଛି । ବର୍ତ୍ତମାନ ଆମର ଟିମ୍ ପ୍ରସ୍ତୁତ ଅଛି, ଲୋକମାନେ ପ୍ରସ୍ତୁତ ଅଛନ୍ତି, ଯଦି ଆମେ ଟିକିଏ ଯତ୍ନ ନେଉ, ଉଚିତ ପରିଚାଳନା ହୋଇପାରିବ । ଆମକୁ ଚିନ୍ତା କରିବାକୁ ପଡିବ ଯେ ମାମଲା ଆଗକୁ ଯେମିତି ବଢ଼ିବ ନାହିଁ । ଆମେ ବିପର୍ୟ୍ୟୟର ଗଭୀର ସମୁଦ୍ରରୁ କୂଳ ଆଡକୁ ଗତି କରୁଛୁ । ଏମିତି ନ ହେଉ ଯେଉଁଠି ଜଳ କମ୍ ଅଛି, ସେଠାରେ ଆମେ ବୁଡ଼ି ଯିବା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ପଷ୍ଟ ଭାବେ ସୂଚିତ କରିଛନ୍ନ୍ତି ଯେ ଦେଶରେ ଆଉ ଲକ୍ଡ଼ାଉନ୍ ହେବନାହିଁ ।