କେନ୍ଦ୍ର ମନ୍ତ୍ରୀ ରାମବିଲାସ ପାଶୱାନଙ୍କ ଦେହାନ୍ତ

ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି ଚିକିତ୍ସା ଚାଲିଥିଲେ ବି କେନ୍ଦ୍ର ମନ୍ତ୍ରୀ ରାମବିଲାସ ପାଶୱାନ୍‌ଙ୍କ ଆଜି ସଂଧ୍ୟାରେ ଦେହାନ୍ତ ହୋଇଯାଇଛି । ତାଙ୍କ ପୁତ୍ର ଏବଂ ଏଲ୍‌ଜେପି.ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିରାଗ ପାଶୱାନ୍‌ ଏହି ବିଷୟରେ ପୁଷ୍ଟି କରିଛନ୍ତି । ଟ୍ୱିଟ୍‌ କରି ଚିରାଗ୍‌ ପାଶୱାନ୍‌ ଜଣାଇଛନ୍ତି ଯେ, “ବାପା, ଆପଣ ଆଉ ଏ ଦୁନିଆରେ ନାହାନ୍ତି, କିନ୍ତୁ ମତେ ଜଣାଅଛି ତୁମେ ଯେଉଁଠି ଥିଲେ ବି ମୋ’ ସହ ରହିଛ ।’


ସୂଚନାଯୋଗ୍ୟ ଯେ କେନ୍ଦ୍ର ମନ୍ତ୍ରୀ ରାମବିଲାସ ପାଶୱାନଙ୍କ ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସା ଚାଲିଥିଲା । କିଛି ଦିନ ପୂର୍ବରୁ ତାଙ୍କ ହାର୍ଟ ଅପରେସନ୍‌ ମଧ୍ୟ ହୋଇଥିଲା । ଏହି ବିଷୟରେ ମଧ୍ୟ ଚିରାଗ ପାଶୱାନ୍‌ ଟ୍ୱିଟର୍‌ରେ ଲେଖିଛନ୍ତି । ଏହା ବି ସେ ଟ୍ୱିଟର୍‌ରେ ଲେଖିଛନ୍ତି ଯେ, ଆଗାମୀ ଦିନରେ ତାଙ୍କ ବାପାଙ୍କ ଆଉ ଏକ ଅପରେସନ୍‌ ହେବାର ଥିଲା ।

Leave A Reply

Your email address will not be published.