ବାଇଡେନ୍‌ଙ୍କ ଶପଥ ଗ୍ରହଣ ଉତ୍ସବ ନିରାଡ଼ମ୍ବର ହେବ

ୱାଶିଂଟନ : ଜାନୁୟାରୀ ୨୦ରେ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ନବ ନିର୍ବାଚିତ ଜୋ ବାଇଡେନ୍‌ ଶପଥ ନେବେ । ଏହି ଉତ୍ସବକୁ ଆଡ଼ମ୍ବରପୂର୍ଣ୍ଣ ନ କରିବାକୁ ସେ କହିଛନ୍ତି । ସୂଚନା ଅନୁସାରେ ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି କେତେକ ଭର୍ଚୁଆଲ କାର୍ୟ୍ୟକ୍ରମ ହେବ । ୟୁଏସ୍‌ କ୍ୟାପିଟୋଲ୍‌ରେ ଶପଥ ଗ୍ରହଣ ପାଇଁ ମଞ୍ଚ ନିର୍ମାଣ ଚାଲିଥିବା ବେଳେ ଏହି ଉତ୍ସବ ଓ ପ୍ୟାରେଡ ଦେଖିବା ପାଇଁ ଯେପରି ନ୍ୟାସନାଲ ମଲ୍‌ ଏବଂ ପେନ୍‌ସିଲ୍‌ଭାନିଆ ଆଭେନ୍ୟୁରେ ଲକ୍ଷାଧିକ ଲୋକ ରୁଣ୍ଡ ନହେବେ, ସେଥିପାଇଁ ଯୋଜନା ପ୍ରସ୍ତୁତ ହେଉଥିବା କୁହାଯାଇଛି । ପେନ୍‌ସିଲ୍‌ଭାନିଆରେ ପ୍ୟାରେଡ୍‌ ଆୟୋଜନ ମଧ୍ୟ ହୋଇ ନ ପାରେ ବୋଲି ବାଇଡେନ୍‌ କହିଛନ୍ତି ।

Leave A Reply

Your email address will not be published.