ଘୃଣ୍ୟ ଘଟଣା : ଯାଂଚ ବାହାନାରେ ଡାକ୍ତର ମହିଳାଙ୍କୁ ହୋଟେଲକୁ ଡକାଇ ଚେତାଶୂନ୍ୟ ଔଷଧ ଦେଇ ବଳାତ୍କାର କରିଥିବା ଅଭିଯୋଗ

ମୋହାଲି : ଚିକିତ୍ସାର ବାହାନା କରି ଡାକ୍ତର ମହିଳାଙ୍କୁ ହୋଟେଲକୁ ଡାକି ବଳାତ୍କାର କରିଥିବା ଭଳି ଏକ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଡାକ୍ତର ମହିଳାଙ୍କୁ ହତ୍ୟା କରିବାକୁ ଧମକ ମଧ୍ୟ ଦେଇଥିଲେ । ପୋଲିସ ଶ୍ରୀଗଙ୍ଗାନଗର ଅଭିଯୁକ୍ତ ଡ. ସୁଭାଷ ରାଜୋରିଆଙ୍କ ବିରୋଧରେ ମାମଲା ରୁଜୁ କରିଛି । ମହିଳା କହିଛନ୍ତି ଯେ, ପ୍ରାୟ ୧୫ ଦିନ ପୂର୍ବରୁ ତାଙ୍କ ପିଠିରେ ଆଘାତ ଲାଗିଥିଲା । ସେ ନିଜ ସମ୍ପର୍କୀୟଙ୍କୁ ଭେଟିବା ପାଇଁ ଶ୍ରୀଗଙ୍ଗାନଗର ଯାଇଥିଲେ ।

ମହିଳା ଜଣକ ସେଠାରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଯାଇଥିଲେ । ସେଠାରେ କିଛି ଦିନ ଚିକିତ୍ସା ପରେ ସେ ମୋହାଲିକୁ ଆସିଥିଲେ । ଚିକିତ୍ସା ସମୟରେ ସେ ତାଙ୍କର ନମ୍ବର ଡାକ୍ତରଙ୍କୁ ଦେଇଥିଲେ । ମାର୍ଚ୍ଚ ୨୫ରେ ଉକ୍ତ ଡାକ୍ତର ତାଙ୍କୁ ଫୋନ କରି କହିଥିଲେ ଯେ, ସେ କିଛି କାମ ସଂପର୍କରେ ମୋହାଲି ଆସିଥିଲେ । ସେ ମଧ୍ୟ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ ଏବଂ ଯାଂଚ ବାହାନାରେ ସେକ୍ଟର ୮୨ ହୋଟେଲକୁ ଡାକିଥିଲେ ।

ମହିଳା ଜଣକ ତାଙ୍କ ରିପୋର୍ଟ ସହିତ ହୋଟେଲରେ ପହଞ୍ଚିଥିଲେ । ରିପୋର୍ଟ ଦେଖିବା ପରେ ଡାକ୍ତର ଏକ ବଟିକା ଦେଇଥିଲେ, ଯାହା ଖାଇବା ପରେ ସେ ଚେତାଶୂନ୍ୟ ହୋଇଥିଲେ । ଯେତେବେଳେ ସେ ଚେତା ଫେରି ପାଇଲେ, ସେ ବଳାତ୍କାରର ଶିକାର ହୋଇଥିଲେ । ଏହା ପରେ ଡାକ୍ତର ତାଙ୍କୁ ଧମକ ଦେଇଥିଲେ ଯେ, ଯଦି ସେ ଏ ବିଷୟରେ କାହାକୁ କୁହନ୍ତି ତେବେ ସେ ତାଙ୍କୁ ହତ୍ୟା କରି ଦେବେ । ପରେ ମହିଳା ଜଣଙ୍କ ଡାକ୍ତରଙ୍କ ବିରୋଧରେ ପୋଲିସରେ ରିପୋର୍ଟ ଦାଖଲ କରିଥିଲେ ।

Leave A Reply

Your email address will not be published.