oom

ତୁର୍କୀକୁ ଥରାଇଦେଲା ଶକ୍ତିଶାଳୀ ଭୂକମ୍ପ : ତୁର୍କୀର ଇଜମିର ସହରର ଅନେକ ଅଟ୍ଟାଳିକା ଭାଙ୍ଗିଲା

jsmm

ଇଜମିର : ତୁର୍କୀକୁ ଥରାଇ ଦେଇଛି ଏକ ଶକ୍ତିଶାଳୀ ଭୂମିକମ୍ପ । ତୁର୍କୀର ଇଜମିର ସହରରେ ଅନେକ ଅଟ୍ଟାଳିକା ଭାଙ୍ଗି ଦେଇଥିବା ଖବର ରହିଛି । ଇଜମିର ହେଉଛି ତୁର୍କୀର ତୃତୀୟ ବୃହତ୍ତମ ସହର ।
ଆମେରିକାର ଭୂତତ୍‌ତ୍ୱ ସର୍ବେକ୍ଷଣ ଅନୁଯାୟୀ ରିଚ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୦ ମାପ କରାଯାଇଛି ଏବଂ ଏହା ତୁର୍କୀ, ଏଥେନ୍ସ ଏବଂ ଗ୍ରୀସକୁ ପ୍ରଭାବିତ କରିଛି ।

ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ଭୂକମ୍ପ ଯୋଗୁଁ ଏପର୍ୟ୍ୟନ୍ତ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨୦ ଜଣ ଆହତ ହୋଇଛନ୍ତି । ଇଜମିରର ମେୟରଙ୍କ ଅନୁଯାୟୀ ୨୦ ଟି କୋଠା ନଷ୍ଟ ହୋଇଥିବା ଖବରରେ କୁହାଯାଇଛି ।

ତେବେ ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ ତୁର୍କୀର ଆଭ୍ୟନ୍ତରୀଣ ମନ୍ତ୍ରୀ ସୁଲେମାନ ସୋଏଲୁ କହିଛନ୍ତି ଯେ, ସମୁଦ୍ର କୂଳରେ ଅବସ୍ଥିତ ଇଜମିରର ଦୁଇଟି ଜିଲ୍ଲାର ୬ଟି କୋଠା ନଷ୍ଟ ହୋଇଯାଇଛି। ତୁର୍କୀର ବିପର୍ୟ୍ୟୟ ପରିଚାଳନା ବିଭାଗ କହିଛି ଯେ ଭୂକମ୍ପ ପ୍ରଭାବିତ ସ୍ଥାନକୁ ତୁରନ୍ତ ରିଲିଫ ଏବଂ ଉଦ୍ଧାରକାରୀ ଦଳ ପଠାଯାଇଛି ।

ସାମ୍ବାଦିକ ପିଓଟର ଜାଲେଭସ୍କି ଇଜମିର ଠାରୁ ଚାରି ଘଣ୍ଟା ରାସ୍‌ସ୍ତା ଦୂରରେ ଥିବା ଗୁଣ୍ଡୋଗାନରେ ରୁହନ୍ତି । ସେ ଗଣମାଧ୍ୟମକୁ କହିଛନ୍ତି, “ଏଠାରେ ଭୂକମ୍ପର କମ୍ପନ ମଧ୍ୟ ଅନୁଭୂତ ହୋଇଛି । ଆମର ପୁରା ଘର ଥରିବାକୁ ଲାଗିଲା । ମୋ ପତ୍ନୀ ଏବଂ ମୁଁ ପିଲାଟିକୁ ଧରି ଆମେ ଘରୁ ଦୌଡ଼ି ପଳାଇଥିଲୁ । ଆମ ପଡ଼ୋଶୀ ସମସ୍ତ ଲୋକ ମଧ୍ୟ ଘରୁ ବାହାରି ଆସିଥିଲି । ଏହା ପରେ ମୁଁ ଆଫ୍‌ଟର୍‌ ସକ୍‌ ବି ଅନୁଭବ କରିଛି। “

ସୂଚନା ଅନୁସାରେ ତୁର୍କୀ ବ୍ୟତୀତ ଗ୍ରୀସର ସାମୋସ ଦ୍ୱୀପରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଏଠାରେ ଭୂକମ୍ପ ଯୋଗୁଁ କ୍ଷୟକ୍ଷତିର ଖବର ମଧ୍ୟ ରହିଛି ।
ଗ୍ରୀସ ସରକାର ସାମୋସ ଦ୍ୱୀପରେ ରହୁଥିବା ସମସ୍ତ ୪୫,୦୦୦ ନାଗରିକଙ୍କୁ ଉପକୂଳରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି ।

jittmm
Leave A Reply

Your email address will not be published.