ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏସ୍‌ସିଓ ବୈଠକରେ ଆତଙ୍କବାଦ ଉପରେ ବର୍ଷିଲେ

ନୂଆଦିଲ୍ଲୀ : ରକ୍ଷାମନ୍ତ୍ରୀ ରାଜନାଥ ସିଂହ ସଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ବୈଠକରେ ଆତଙ୍କବାଦକୁ ନେଇ ଜବର୍‌ଦସ୍ତ ବର୍ଷିଛନ୍ତି । ନିଜ ସମ୍ବୋଧନରେ ସେ କହିଛନ୍ତି ଯେ, ଭାରତ ସ୍ପଷ୍ଟ ଭାବରେ ସମସ୍ତ ପ୍ରକାରର ଆତଙ୍କବାଦ ଏବଂ ଏହାର ସମର୍ଥକମାନଙ୍କ ନିନ୍ଦା କରୁଛି । ଆମକୁ ପାରମ୍ପାରିକ ତଥା ଅଣ ପାରମ୍ପାରିକ ଦୁର୍ଘଟଣାର ସାମ୍ନା କରିବା ପାଇଁ ସୁରକ୍ଷା ଦୃଷ୍ଟିକୋରରୁ ସଂସ୍ଥାଗତ କ୍ଷମତା ବଢ଼ାଇବାର ଆବଶ୍ୟକତା ରହିଛି । ସେ ଆହୁରି କହିଛନ୍ତି ଯେ, ଚରମପନ୍ଥୀ ପ୍ରୋପାଗେଣ୍ଡା ଏବଂ ଡି-ରେଡ଼ିକଲାଇଜେସନ୍‌କୁ କାଉଣ୍ଟର କରିବିବା ପାଇଁ ଏସ୍‌ସିଓ ଦ୍ୱାରା ଆତଙ୍କବାଦ ବିରୋଧୀ ତନ୍ତ୍ରକୁ ସ୍ୱୀକାର କରିବା ଜରୁରୀ । ଯଦିବି ରକ୍ଷାମନ୍ତ୍ରୀ ନିଜର ସମ୍ବୋଧନରେ କେଉଁଠି ବି ପାକିସ୍ତାନ କିମ୍ବା ଚୀନର ନାଁ ନେଇ ନଥିଲେ, ତଥାପି ତାଙ୍କର ଟାର୍ଗେଟ ସେଆଡ଼କୁ ହିଁ ରହିଥିଲା । ସେ କହିଛନ୍ତି ଯେ, ଦ୍ୱିତୀୟ ବିଶ୍ୱଯୁଦ୍ଧକୁ ୭୫ ବର୍ଷ ପୂରି ସାରିଛି ଏବଂ ସଂଯୁକ୍ତ ରାଷ୍ଟ୍ରର ଉତ୍ପତ୍ତିକୁ ବି, ଯାହାର ଉଦ୍ଦେଶ୍ୟ ଶାନ୍ତିପୂର୍ଣ୍ଣ ବିଶ୍ୱ ଗଠନ କରିବା । ଏହାପୂର୍ବରୁ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ରୁଷ ସେନାର ମୁଖ୍ୟ ଚର୍ଚ୍ଚ ଗସ୍ତ କରିବା ସହ ମ୍ୟୁଜିଅମ୍‌ ବି ପହଂଚିଥିଲେ । ନିଜର ଯାତ୍ରାର ତୃତୀୟ ଦିନ ରକ୍ଷାମନ୍ତ୍ରୀ କେତେକ ଅଧିକାରୀମାନଙ୍କ ସହ ସାକ୍ଷାତ ମଧ୍ୟ କରିଛନ୍ତି ।

Leave A Reply

Your email address will not be published.