ମଣିପୁର ଓ ନାଗାଲାଣ୍ଡର ପୂର୍ବତନ ରାଜ୍ୟପାଳ ଡ.ଅଶ୍ୱିନୀ କୁମାରଙ୍କ ଦେହାନ୍ତ : ମିଳିଲା ଆତ୍ମହତ୍ୟା ନୋଟ୍

ଶିମଲା : ମଣିପୁର ଓ ନାଗାଲାଣ୍ଡର ପୂର୍ବତନ ରାଜ୍ୟପାଳ ତଥା ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଡ.ଅଶ୍ୱିନୀ କୁମାର(୭୦)ଙ୍କ ଗତକାଲି ଦେହାନ୍ତ ହୋଇଥିବା ବେଳେ ଶିମଲା ସ୍ଥତି ତାଙ୍କ ନିଜ ବାସଭବନରୁ ତାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ରୋଗରେ ବ୍ୟତିବ୍ୟସ୍ତ ହୋଇ ଆତ୍ମହତ୍ୟା କରିଥିବା କଥା ସେ ନିଜ ଆତ୍ମହତ୍ୟା ନୋଟ୍‌ରେ ଲେଖିଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ଅଶ୍ୱିନୀ କୁମାର ୧୯୭୩ ବେଚ୍‌ର ଆଇପିଏସ୍‌ ଅଧିକାରୀ ଥିଲେ । ୨୦୦୬ ମସିହାରେ ହିମାଚଳ ପ୍ରଦେଶର ଡିଜିପି ଦାୟିତ୍ୱ ଗ୍ରହଣ ପରେ ଅନେକ ସଂଶୋଧନ କାମ ହାତକୁ ନେଇଥିଲେ । ୨୦୦୮ରେ ସିବିଆଇ ନିର୍ଦ୍ଦେଶକ ହୋଇଥିବା ବେଳେ ୨୦୧୩ରେ ନାଗାଲାଣ୍ଡର ରାଜ୍ୟପାଳ ହୋଇଥିଲେ ଅଶ୍ୱିନୀ କୁମାର । ଜୀବନରେ ଅତିଷ୍ଟ ହୋଇ ଆଗାମୀ ଯାତ୍ରାରେ ବାହାରିଛି ବୋଲି ନିଜ ଆତ୍ମହତ୍ୟା ନୋଟ୍‌ରେ ଲେଖିଥିବା ସ୍ୱର୍ଗତ ଅଶ୍ୱିନୀ କୁମାର ମୃତ୍ୟୁ ପରେ ଅଙ୍ଗଦାନ କରିବାକୁ ସେ ଆଗ୍ରହ ପ୍ରକାଶ କରିଥିବା କୁହାଯାଇଛି ।

Leave A Reply

Your email address will not be published.