କୋଭିଡ-୧୯ ଉପଯୁକ୍ତ ଆଚରଣ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଆଜି ଜନ ଆନ୍ଦୋଳନ ଅଭିଯାନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋଭିଡ-୧୯ ଉପଯୁକ୍ତ ଆଚରଣ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଜନ ଆନ୍ଦୋଳନ ଅଭିଯାନର ଶୁଭାରମ୍ଭ ଏକ ଟ୍ଵିଟ ଜରିଆରେ କରିବେ । ଏହି ଅଭିଯାନ ଆଗକୁ ଆସୁଥିବା ବିଭିନ୍ନ ପର୍ବପର୍ବାଣୀ, ଶୀତ ଋତୁ ଏବଂ ଆର୍ଥିକ କାର୍ୟ୍ୟକଳାପ ଖୋଲାଯିବାକୁ ଦୃଷ୍ଟିରେ ରଖି ଆରମ୍ଭ କରାଯିବ । ଜନ ଆନ୍ଦୋଳନରେ ଲୋକଙ୍କ ଭାଗୀଦାରିତାକୁ ଉତ୍ସାହିତ କରିବା ପାଇଁ ଏହି ଅଭିଯାନ ଆରମ୍ଭ କରାଯିବ । ସ୍ୱଳ୍ପ ବ୍ୟୟ ଯୁକ୍ତ ଏହି ଅଭିଯାନରେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ଵ ରକ୍ଷା ଓ ହାତଧୁଆ ବାର୍ତ୍ତା ଉପରେ ପ୍ରାଧାନ୍ୟ ଦିଆଯିବ । ସମସ୍ତଙ୍କ ଦ୍ଵାରା କୋଭିଡ-୧୯ ଶପଥ ପାଠ କରାଯିବ । କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ପକ୍ଷରୁ ଏକ ସମନ୍ଵିତ ଯୋଜନାକୁ କାର୍ୟ୍ୟକାରୀ କରାଯିବ । ଯେଉଁ ବିଷୟଗୁଡିକ ଉପରେ ବିଶେଷ ଗୁରୁତ୍ଵ ଦିଆଯିବ ସେଗୁଡିକ ହେଲା – (୧) ଅଧିକ ସଂକ୍ରମଣଯୁକ୍ତ ଜିଲ୍ଲା ବା ଅଞ୍ଚଳକୁ ନିର୍ଦ୍ଦିଷ୍ଟ ଭାବେ ଗୁରୁତ୍ଵ ଦିଆଯିବ, (୨) ସମସ୍ତ ନାଗରିକଙ୍କ ପାଖରେ ସରଳ ଓ ସହଜରେ ବୁଝିପାରୁଥିବା ବାର୍ତ୍ତା ପହଞ୍ଚାଯିବ, (୩) ସମସ୍ତ ଗଣମାଧ୍ୟମ ଜରିଆରେ ସୂଚନା ପ୍ରଦାନ, (୪) ସର୍ବସାଧାରଣ ସ୍ଥାନରେ ବ୍ୟାନର ଓ ପୋଷ୍ଟର ପ୍ରଦର୍ଶନ ଯେଉଁଥିରେ ସମ୍ମୁଖ ଯୋଦ୍ଧା ଏବଂ ବିଭିନ୍ନ ସରକାରୀ ଯୋଜନାରେ ହିତାଧିକାରୀମାନଙ୍କୁ ଟାର୍ଗେଟ କରାଯିବ, (୫) ପ୍ରାଚୀର ଚିତ୍ର, ହୋର୍ଡିଙ୍ଗ ଓ ଇଲେକ୍ଟ୍ରୋନିକ ଡିସ୍ପ୍ଲେ ବୋର୍ଡ ସରକାରୀ ସଂସ୍ଥା ପରିସର ମଧ୍ୟରେ ଲଗାଯିବ, (୬) ସ୍ଥାନୀୟ ଓ ଜାତୀୟ ସ୍ତରରେ ପ୍ରଭାବିତ କରିପାରୁଥିବା ବ୍ୟକ୍ତିଙ୍କ ଜରିଆରେ ଘରେ ଘରେ ବାର୍ତ୍ତା ଦିଆଯିବ, (୭) ନିୟମିତ ସଚେତନତା ସୃଷ୍ଟି ପାଇଁ ଭ୍ରାମ୍ୟମାଣ ଯାନର ବ୍ୟବହାର, (୮) ସଚେତନତା ପାଇଁ ଅଡିଓ ବାର୍ତ୍ତା, ପାମ୍ପଲେଟ ଓ ଲିଫଲେଟ ଦ୍ଵାରା ପ୍ରଚାର, (୯) କୋଭିଡ ବାର୍ତ୍ତା ପ୍ରଚାର ପାଇଁ ସ୍ଥାନୀୟ କେବୁଲ ଅପରେଟରମାନଙ୍କ ସହାୟତା, (୧୦) ଅଧିକରୁ ଅଧିକ ପ୍ରଭାବ ପାଇଁ ବିଭିନ୍ନ ସ୍ଥାନରେ ସମନ୍ଵିତ ଗଣମାଧ୍ୟମ ଅଭିଯାନ ।

Leave A Reply

Your email address will not be published.