ଅଲିମ୍ପିକ୍‌ ଚାମ୍ପିଅନ କିପ୍ରୁଟୋ ନାବାଳିକା ସହ ଯୌନ ସଂପର୍କ ରଖିବା ଅଭିଯୋଗରେ ଗିରଫ

ନାଇରବି : ଅଲିମ୍ପିକ୍‌ ଚାମ୍ପିଅନ କିପ୍ରୁଟୋ ନାବାଳିକା ସହ ଯୌନ ସଂପର୍କ ରଖିବା ଅଭିଯୋଗରେ ଗିରଫ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ୩୦୦୦ ମିଟର ଷ୍ଟିପଲଚେଜରେ ୨୦୧୬ ରିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ କେନିଆର କନସେସଲୁସ କିପ୍ରୁଟୋ । ଏକ ନାବାଳିକା ସହ ଯୌନ ସଂପର୍କ ରଖିବା ଅପରାଧରେ ସେ ଏବେ ଗିରଫ ହୋଇଛନ୍ତି । ଗିରଫ ହେବା ପରେ ତାଙ୍କୁ ଜାମିନ ମିଳିଥିବା ବେଳେ ମାମଲା ଏବେ କୋର୍ଟରେ ବିଚାରଧୀନ ରହିଛି । ଯଦି କିପ୍ରୁଟୋ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ କେନିଆର ଯୌନ ଅପରାଧ ଆଇନ ଅନୁସାରେ ୨୦ ବର୍ଷ କାରାଦଣ୍ଡ ହୋଇପାରେ ବୋଲି କୁହାଯାଇଛି । ସେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କ ସହ ଶାରୀରିକ ସଂପର୍କ ରଖିବା ଅଭିଯୋଗ ଆସିଥିଲା ଆସିଥିବା ବେଳେ ଗିରଫ୍‌ ହୋଇଛନ୍ତି । ଏଠାରେ ଆହୁରି ସୂଚନାଯୋଗ୍ୟ ଯେ, ନିଜେ କିପ୍ରୁଟୋ ମଧ୍ୟ ପୁଲିସ ବିଭାଗରେ ଚାକିରି କରିଛନ୍ତି । କିପ୍ରୁଟୋଙ୍କ ନାମରେ ହୋଇଥିବା ଚାର୍ଜସିଟ୍‌ ଅନୁସାରେ ସେ ଗତ ଅକ୍ଟୋବର ମାସ ୨୦ ଓ୨୧ ତାରିଖ ଦିନ ନାବାଳିକାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ । ତେବେ ଅଭିଯୋଗ ହେବା ପରେ ଗତ ୧୧ ତାରିଖରେ ସେ ଗିରଫ ହୋଇଥିଲେ ।

Leave A Reply

Your email address will not be published.