କ୍ରାଇମ ବ୍ରାଞ୍ଚର ଅଧିକାରୀ ସାଜି ଏଟିଏମ୍‌ କାର୍ଡ ନେଲେ : ଏଟିଏମରୁ କାଢ଼ିଲେ ୧ ଲକ୍ଷ ଟଙ୍କା

ନୋଏଡା : ଦିଲ୍ଲୀ ନିକଟସ୍ଥ ନୋଏଡା ଠାରେ ଏକ ଏଟିଏମ୍ ଠକେଇର ମାମଲା ସାମ୍ନାକୁ ଆସିଛି । ମହାମାୟା ଫ୍ଲାଏ ଓଭରରେ ହୋଣ୍ଡା ସିଟି କାରରେ ଯାଉଥିବା ଅପରାଧୀମାନେ ନିଜକୁ କ୍ରାଇମ ବ୍ରାଞ୍ଚର ଅଧିକାରୀ ବୋଲି କହି ଜଣେ ସର୍ଭିସ ଇଞ୍ଜିନିୟରଙ୍କୁ ଲିଫ୍ଟ ଦେଇଥିଲେ । ଏହା ପରେ ସେମାନେ ଯାଞ୍ଚ ଭୟ ଦେଖାଇ ଏଟିଏମ୍ କାର୍ଡ ମାଗିଥିଲେ । ଏହା ପରେ ଏକ ଲକ୍ଷ ଟଙ୍କା ଏଟିଏମରୁ କାଢ଼ିଥିଲେ । କେବଳ ଏତିକି ନୁହେଁ, ସର୍ଭିସ ଇଞ୍ଜିନିୟରଙ୍କ ମୋବାଇଲରୁ ସିମ୍ ମଧ୍ୟ କାଢ଼ି ଦେଇଥିଲା । ପୀଡିତ ପୋଲିସ ସେକ୍ଟର -୩୯ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ପୋଲିସ ଠକେଇ ମାମଲା ରୁଜୁ କରି ମାମଲାର ତଦନ୍ତ କରୁଛି ।

ପୋଲିସର ସୂଚନାନୁସାରେ, କୈଲାଶ କାଣ୍ଟ ବଦରପୁର ଦିଲ୍ଲୀରେ ରୁହନ୍ତି । ସେ ଏକ କମ୍ପାନୀର ସର୍ଭିସ ଇଞ୍ଜିନିୟର । ନିକଟରେ ସେ ବଦରପୁର ଯିବାକୁ ମହାମାୟା ଫ୍ଲାଏ ଓଭର ନିକଟରେ ଥିଲେ । ତା’ପରେ ଏକ ଧଳା ହୋଣ୍ଡା ସିଟି କାର୍‌ ଆସିଥିଲା । ସେଠାରେ ଠିଆ ହୋଇଥିବା ଦୁଇ ଯୁବକଙ୍କୁ ବାଲାଭଗଡ ଯିବାର ଅଛି ଯଦି ସେମାନେ କାରରେ ବସିପାରିବେ ବୋଲି ଅପରାଧୀମାନେ କହିଥିଲେ। ଏହି ସମୟରେ କୈଲାଶ କାର୍‌ରେ ବସିଥିଲେ । କିଛି ଦୂରରେ କାର ଡ୍ରାଇଭର କହିଥିଲେ ଯେ, ସେ କ୍ରାଇମ ବ୍ରାଞ୍ଚର ଜଣେ ଅଧିକାରୀ । ତା’ପରେ ଆର‌ମ୍ଭ ହୋଇଥିଲା ସେମାନ‌ଙ୍କ କଳା କାର୍‌ନାମା ।

Leave A Reply

Your email address will not be published.