ଏନ୍‌ସିବି ପକ୍ଷରୁ ଡ୍ରଗ୍ସ କନେକ୍‌ସନ୍‌ର ତଦନ୍ତ ଜୋର୍‌ସୋର୍‌ : ମୁମ୍ବାଇର କେତେକ ଅଂଚଳରେ ଚଢ଼ଉ

ମୁମ୍ବାଇ : ଡଗ୍ସ ସଂପୃକ୍ତର ତଦନ୍ତ ନାର୍‌କୋଟିକ୍ସ ବ୍ୟୁରୋ ପକ୍ଷରୁ ଜୋର୍‌ସୋର୍‌ ଚାଲିଥିବା ବେଳେ ନାର୍‌କୋଟିକ୍ସ ବ୍ୟୁରୋ ଆଜି ମୁମ୍ବାଇର କେତେକ ଅଂଚଳରେ ଚଢ଼ଉ କରିଛି । ସୂଚନାଯୋଗ୍ୟ ଯେ, ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ କନେକ୍‌ସନ୍‌ ମାମଲାରେ ଜେଲ୍‌ରେ ଅଛନ୍ତି ଏବଂ ତାଙ୍କ ସମ୍ବନ୍ଧିତ କିଛି ବ୍ୟକ୍ତି ଓ ଜାଗା ଉପରେ ଆଜି ଚଢ଼ଉ ଜାରି ରହିଛି । ଏନ୍‌ସିବି ପକ୍ଷରୁ କୁହାଯାଇଛି ଯେ, ଏହି ଚଢ଼ଉରେ ଏକ ବଡ଼ ଧରଣର ସଫଳତା ମିଳିପାରେ, ଯାହା ସଂପୃକ୍ତ ମାମଲାରେ ଅତ୍ୟନ୍ତ ଜରୁରୀ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ରହସ୍ୟ ଖୋଜିବା ବେଳେ ଡ୍ରଗ୍ସ କନେକ୍‌ସନ୍‌ ସାମ୍ନାକୁ ଆସିଛି । ଏହାକୁ ଦୃଷ୍ଟିରେ ରଖି ଏନ୍‌ସିବି ନିଜର ତଦନ୍ତକୁ ମଜ୍‌ବୁତ୍‌ କରିଛି ଏବଂ କେତେକ ଡ୍ରଗ୍ସ ପେଡ଼ଲର୍‌ଙ୍କୁ ଗିରଫ୍‌ କରିଛି । ରିୟା ଚକ୍ରବର୍ତ୍ତୀ, ଭାଇ ଶୈବିକ୍‌ ଚକ୍ରବର୍ତ୍ତୀଙ୍କ ସମେତ ଅଧ ଡଜନ୍‌ ଲୋକଙ୍କୁ ଏନ୍‌ସିବି ଏହି ମାମଲାରେ ଗିରଫ୍‌ କରି ସାରିଛି ।

Leave A Reply

Your email address will not be published.