ଭୁବନେଶ୍ୱର, (କେପିଏନ୍ଏସ୍) : ଅଯୋଗ୍ୟ କାଳିଆ ହିତାଧିକାରୀମାନଙ୍କଠାରୁ ଟଙ୍କା ଫେରସ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ପ୍ରକି୍ରୟା ଚାଲିଥିଲା, ତାହା ଏବେ ସ୍ଥଗିତ କରାଯାଇଛି । ତେବେ ମହାମାରୀ କରୋନା ସଂକ୍ରମଣ ସମୟକୁ ଆଖି ଆଗରେ ରଖି ତଥା ଚାଷୀମାନଙ୍କ ଖରିଫ୍ ଚାଷରେ ବ୍ୟସ୍ତ ଥିବା ଲକ୍ଷ୍ୟ କରି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ ଯୋଗ୍ୟ ଯେ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀମାନଙ୍କୁ ସହଯୋଗ ପ୍ରଦାନ ଉଦେ୍ଧଶ୍ୟରେ କାଳିଆ ଟଙ୍କା ପ୍ରଦାନ କରାଯାଇଥିଲା । ଏବେ କାଳିଆ ଟଙ୍କା ପାଇଥିବା ଅଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ପାଖକୁ କାଳିଆ ଟଙ୍କା ଫେରସ୍ତ ପାଇଁ ନୋଟିସ୍ ଆସିବା ପରେ ସାରା ରାଜ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଏପରିକି ଚାଷୀନେତା ତଥା ସାମାଜିକ କର୍ମୀମାନେ କରୋନା ସଂକ୍ରମଣ ସମୟରେ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ଆକ୍ଷେପ କରି ନିର୍ଧୁମ ବର୍ଷିଥିଲେ । ତେବେ ଯାହାହେଉ, ବର୍ତ୍ତମାନ ପାଇଁ ସରକାର କାଳିଆ ଟଙ୍କା ଫେରସ୍ତ ପ୍ରକି୍ରୟାକୁ ସ୍ଥଗିତ ରଖିଛନ୍ତି ।
Prev Post
Next Post