pakka

ରାଜ୍ୟରେ ଆଜି ୧୫୨୮ ଜଣ ଆକ୍ରାନ୍ତ, ୧୪ ଜଣ ମୃତ

bbehera

ଭୁବନେଶ୍ୱର, (କେପିଏନ୍ଏସ୍) : ରାଜ୍ୟରେ ଆଜି ୧୫୨୮ ଜଣ ପଜେଟିଭ୍ ବାହାରିଥିବା ବେଳେ ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୪୭,୪୫୫କୁ ବୃଦ୍ଧି ପାଇଛି । ପୁଣି ଆଜି ୧୪ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି । ତେବେ ଅନୁଗୁଳରୁ ୮, ବାଲେଶ୍ୱରରୁ ୪୩, ବରଗଡ଼ରୁ ୧୦, ଭଦ୍ରକରୁ ୭୦, ବଲାଙ୍ଗିରରୁ ୫୯, ବୌଦ୍ଧରୁ ୭, କଟକରୁ ୭୨, ଢେଙ୍କାନାଳରୁ ୧୦୭, ଗଜପତିରୁ ୩୧, ଗଂଜାମରୁ ୨୩୩, ଜଗତସିଂହପୁରରୁ ୨୨, ଯାଜପୁରରୁ ୩୩, ଝାରସୁଗୁଡ଼ାରୁ ୯, କଳାହାଣ୍ଡିରୁ ୩୧, କନ୍ଧମାଳରୁ ୧୭, କେନ୍ଦ୍ରାପଡ଼ାରୁ ୧୭, କେଉଁଝରରୁ ୫, ଖୋର୍ଦ୍ଧାରୁ ୨୧୮, କୋରାପୁଟରୁ ୬୭, ମାଲକାନଗିରିରୁ ୩୮, ମୟୁରଭଂଜରୁ ୨୨, ନବରଙ୍ଗପୁରରୁ ୨୩, ନୟାଗଡ଼ରୁ ୩୨, ନୂଆପଡ଼ାରୁ ୨, ପୁରୀରୁ ୨୬, ରାୟଗଡ଼ାରୁ ୨୭, ସମ୍ବଲପୁରରୁ ୧୬୮, ସୋନପୁରରୁ ୫ ଏବଂ ସୁନ୍ଦରଗଡ଼ରୁ ୧୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୯ଟି ଜିଲ୍ଲାରୁ ଆଜି ସମୁଦାୟ ୧୫୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଆଜି ଗଂଜାମରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା ଓ ନୟାଗଡ଼ରୁ ୩ ଜଣ ଲେଖାଏଁ ଏବଂ ରାୟଗଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ।

jay balangir
Leave A Reply

Your email address will not be published.

four × 2 =