csstore

୫-ଟି ଅନୁଦାନପ୍ରାପ୍ତ ସ୍କୁଲର ଉନ୍ନତିକରଣରେ ସାହାଯ୍ୟ ପାଇଁ ହାତ ବଢାଇଲା ଗାଁ କୃଷକ ସମିତି : ପ୍ରଦାନ କଲେ ୧ଲକ୍ଷ ଟଙ୍କା

ଦେଓଗାଁ, (ମନୀଷ କୁମାର ସାହୁ) : ରାଜ୍ୟ ସରକାର ବିଦ୍ୟାଳୟ ଗୁଡ଼ିକ ରୁପାନ୍ତରଣ କରି ୫-ଟି ଜରିଆରେ ମୋ ସ୍କୁଲ ଅଭଯାନରେ ଲକ୍ଷାଧିକ ଟଙ୍କାର ଉନ୍ନତିକରଣ କାମ କରାଉଥିବା ବେଳେ ସ୍କୁଲର ଉନ୍ନତି ପାଇଁ ଗାଁ ପାଣ୍ଠିରୁ ୧ଲକ୍ଷ ଟଙ୍କା ଦାନ ଦେଇ ଉଦାହରଣ ପାଟଲିଛନ୍ତି ଦେଓଗାଁ ବ୍ଲକ ଉଡ଼ାର ପଞ୍ଚାୟତର ଫଟାମୁଣ୍ଡା ଗ୍ରାମବାସୀ । ଏହି ଗାଁର ଲୋକମାନଙ୍କୁ ନେଇ ଚାଷୀମାନଙ୍କ ଉନ୍ନତି ପାଇଁ ଗଠନ ହୋଇଥିବା କୃଷକ ସମିତିର ଗାଁ ଉନ୍ନୟନ ପାଣ୍ଠିରୁ ଶନିବାର ଦିନ ସ୍ଥାନୀୟ ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁଳମଣୀ ବକୁଲଙ୍କୁ ୧ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି । ଏହି ଚେକ ପ୍ରଦାନ ସମୟରେ ଗାଁର ଶ୍ରପତୀ ଦୀପ, ସରୋଜିନୀ ମଲ୍ଲିକ, ଅଶୋକ ଘିବେଲା, ତାରାସିଂ ଚିରଗୁନ, ଗଙ୍ଗାରାମ ପଟେଲ, ଆଶିଷ ପାଣ୍ଡେ, ଗୁଣମଣୀ ପଧାନ, ସଂଜିତ ପଟେଲ, ଶୁଭ୍ରାଂଶୁ ମଳ୍ଲିକ, ରମେଶ ସାହୁ, ନିରଞ୍ଜନ ରାଉତ, ମହେନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉ କି ଫଟାମୁଣ୍ଡା ଉନ୍ନିତ ଉଚ୍ଚ ବିଦ୍ୟାଳୟ ୫-ଟିରେ ଅର୍ନ୍ତଭୁକ୍ତ ହୋଇ ଅନୁଦାନ ପାଇ କାମ ଆଗେଇ ଚାଳିଛି । ତଥାପି ସ୍କୁଲର ସର୍ବାଙ୍ଗୀନ ଉନ୍ନତି ପାଇଁ ଆଗେଇ ଆସିଛନ୍ତି ଗାଁ ଲୋକେ ।

jayashree
Leave A Reply

Your email address will not be published.