csstore

ସଇଁତଲାରେ ବ୍ଲକସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ମହାସମାରୋହ ପାଳନ ହୋଇଯାଇଛି । ପ୍ରଥମେ ଶ୍ରୀ ଶ୍ରୀ ଗଣେଶ ବାବାଙ୍କ ଫୋଟୋ ଚିତ୍ରରେ ଦୀପ ପ୍ରଜ୍ୱଳନ କରି ମୁଖ୍ୟଅତିଥି ଭାବରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଉକ୍ତ ଉତ୍ସବରେ ସଇଁତଲା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ଭୋଇଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ସଭାରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଶିକ୍ଷା ଅଧିକାରୀ ନରେନ୍ଦ୍ର ସାହୁ, ସିଡିପିଓ ଗୋଲାପୀ ନାଏକ, ବିଆର୍‌ସିସି ନାରାୟଣ ଭୋଇ ଓ ଓଜେୟୁ ଜିଲ୍ଲା ସଭାପତି ପ୍ରମୋଦ ସେଲମା ପ୍ରମୁଖ ଯୋଗଦାନ କରି ଶିକ୍ଷା ବିନା ମଣିଷ ପଶୁତୁଲ୍ୟ । ସାକ୍ଷାରତା ମଣିଷକୁ ବଂଚିବା ରାହା ଦେଖାଇଥାଏ । ପୁରାତନରୁ ଆଧୁନିକତା ଆଡକୁ ମାର୍ଗଦର୍ଶନ କରିଥାଏ ଓ ବ୍ୟକ୍ତିଗତ ସ୍ୱଚ୍ଛତା ଆଣିବା ସଙ୍ଗେ ସଙ୍ଗେ ତାର ପ୍ରତିଟି ମୁହୁର୍ତ୍ତରେ ଉନ୍ନତିର ବାଟ ଦେଖାଏ । ଏଣୁ ସମସ୍ତେ ମିଳିମିଶି ନିଜ ପରିପାର୍ଶ୍ୱର ନିରକ୍ଷରଙ୍କୁ ସାକ୍ଷର କରିପାରିବେ । ଦେଶ ଓ ରାଜ୍ୟର ଉନ୍ନତି ହୋଇପାରିବ ବୋଲି ଛାତ୍ରଛାତ୍ରୀଙ୍କୁ ବକ୍ତାମାନେ ଆହ୍ୱାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସିଆର୍‌ସିସି ୧୫ ଦୀପ ପରିଚାଳନା କରିଥିବା ବେଳେ ସିଆର୍‌ସିସି ହରେକୃଷ୍ଣ ନାଗ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସିଆର୍‌ସିସି ଶେଷଦେବ ପ୍ରଧାନ, ଉପେନ୍ଦ୍ର ବେହେରା, ଚିନ୍ତାମଣି ସାହୁ, ପର୍ଶୁରାମ ମୁଣ୍ଡା, ଟିକେଶ୍ଵର ଭୋଇ, ପ୍ରମୋଦ ବୁଡ଼େକ, ଶମ୍ଭୁ ପ୍ରସାଦ ନାଏକ, ଉପେନ୍ଦ୍ର ନନ୍ଦ, ବିନୋଦ ନାଗ, ପ୍ରଦୀପ ନାଗ, ହିମାଂଶୁ ବେହେରା, ଲବ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ । ସଭା ପୂର୍ବରୁ ଛାତ୍ରଛାତ୍ରୀମାନେ ଏକ ବିରାଟ ଶୋଭାଯାତ୍ରା ବାହାରି ନବୀନ ଛକ ପର୍ଯ୍ୟନ୍ତ ଯାଇ ବିଭିନ୍ନ ନାରାବାଜି ଦେଇ ଲୋକଙ୍କୁ ସଚେତନତା କରିଥିଲେ ।

jayashree
Leave A Reply

Your email address will not be published.