ଇସ୍ପାତ ସାହିତ୍ୟ ସଂସଦରେ ଫକୀର ମୋହନଙ୍କ ଜୟନ୍ତୀ ପାଳିତ

  • ଫକୀର ମୋହନଙ୍କ କାଳଜୟୀ ସାହିତ୍ୟର ସାମାଜିକ ପ୍ରତିବଦ୍ଧତାର ପଟାନ୍ତର ନାହିଁ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳନ ଅବସରରେ ବ୍ୟାସକବିଙ୍କ ସାହିତ୍ୟ ଆଲୋଚନା, ଅଣୁଗଳ୍ପ ପଠନ ଓ କବିତା ପାଠୋତ୍ସବ ମହାସମାରୋହରେ ସଂସଦର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ସଭାପତିତ୍ୱ ଓ କବି ବିଜୟିନୀ ଜେନାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆର୍‌ଏସ୍‌ପି ସହର ସେବା ପ୍ରଶାସନର ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ୱାଇଁ ମୁଖ୍ୟ ଅତିଥି ଓ ବୀରମିତ୍ରପୁର ଶ୍ରମଶକ୍ତି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ମୁନୀନ୍ଦ୍ର ମହାଳିକ ମୁଖ୍ୟବକ୍ତା ଭାବେ ଯୋଗଦେଇ ଫକୀର ମୋହନଙ୍କ ସାହିତ୍ୟରେ ସାମାଜିକ ପ୍ରତିବଦ୍ଧତା ଶୀର୍ଷକ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ଵାରା ବ୍ୟାସକବିଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିବା ବେଳେ ପଣ୍ଡିତ ନିଶିକାନ୍ତ ମିଶ୍ର ମନ୍ତ୍ରୋଚ୍ଚାରଣ କରିଥିଲେ । ସାଧାରଣ ସମ୍ପାଦକ ନୃସିଂହ ଚରଣ ବିଶ୍ୱାଳ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ଓ ଅନୁଷ୍ଠାନର ବହୁବିଧ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ସଂସଦର ବାର୍ଷିକ କ୍ୟାଲେଣ୍ଡର ୨୦୨୪କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ପୂର୍ବରୁ ବିଦ୍ୟାଳୟସ୍ତରରେ ଆୟୋଜିତ ଗଳ୍ପ ଲିଖନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିଗଣ ପ୍ରଶଂସାପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଉପେନ୍ଦ୍ର ବସ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ସଂସଦର ଉପସଭାପତି ରଶ୍ମିବାଳା ରାଉତରାୟଙ୍କ ସଭାପତିତ୍ୱ, କବି ପ୍ରତାପ କୁମାର ପଣ୍ଡା ଓ କନକଲତା ମିଶ୍ରଙ୍କ ସଂଯୋଜନାରେ ଉପେନ୍ଦ୍ର ବସ୍ତିଆ, ଗୌତମ ଦାସ ଓ କନକଲତା ମିଶ୍ର କ୍ଷୁଦ୍ର ଗଳ୍ପ ପାଠ କରିଥିବା ବେଳେ କୁଞ୍ଜବିହାରୀ ରାଉତ, ମଞ୍ଜୁଳା ରଥ, ସୁଶାନ୍ତ ନାୟକ, ସୁଷମା ପଟେଲ, ହରମୋହନ ମିଶ୍ର, ବ୍ରଜ ବିହାରୀ ଦାଶ, ନିଶିକାନ୍ତ ମିଶ୍ର, ସସ୍ମିତା ପ୍ରଧାନ, ଅର୍ଚ୍ଚନା ପାତ୍ର, ନୃସିଂହ ବିଶ୍ୱାଳ, ସତ୍ୟବ୍ରତ ଦାସ, ମୀନକେତନ ପଶାୟତ, ରଶ୍ମିବାଳା ରାଉତରାୟ, ପ୍ରତାପ ପଣ୍ଡା ପ୍ରମୁଖ କବିମାନେ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୂପେନ ମହାପାତ୍ର, ପ୍ରଶାନ୍ତ କୁମାର ପତି, ଅକ୍ଷୟ ସାମଲ, ବିଜୟ ରାୟ, କାଶୀନାଥ ପାତ୍ର, ବଳରାମ ଦାସ, ବିଜୟ କୁମାର ସାହୁ, ରାଧା ମୋହନ ନାୟକ, ଦିବାକର ଦାସ, ଇନ୍ଦ୍ରମଣି ମହାପାତ୍ର, କାର୍ତ୍ତିକ ପାଣ୍ଡବ, ଝୁନା ରାଣୀ ବେହେରା, ସଞ୍ଜୁକ୍ତା ବିଶୋଇ, ଡଲିରାଣୀ ବ୍ରହ୍ମା, ଚିତ୍ତରଞ୍ଜନ ବ୍ରହ୍ମା, ବବିତା ମହାପାତ୍ର, ପ୍ରୀତମ ମହାନ୍ତି, ଅଜିତ କୁମାର ଗୌଡ, ରିତିକା ବିଶ୍ୱାଳ, ଅନିତା ସାହୁ, ରଶ୍ମିତା ବିଶ୍ୱାଳ, ଦିବ୍ୟାଶା ପଶାୟତ, ବୃନ୍ଦାବନ ପଶାୟତ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.