csstore

ଶିକ୍ଷକ ଏକାଦଶ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଶ୍ରୀ ଦୁର୍ଗେ‌ଶ୍ୱରୀ ଖେଳପଡିଆରେ ଚାଲିଥିବା ଶିକ୍ଷକ ଏକାଦଶ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ଏହି ଟୁର୍ନାମେଣ୍ଟରେ ୧୨ ଟି ଦଳ ଅଂଶଗ୍ରହଣ କରିଥିଲେ । ଆଜିର ଫାଇନାଲ ମ୍ୟାଚରେ ଦେଓଗାଁ ଶିକ୍ଷକ ଏକାଦଶ ଦଳକୁ ନୂଆପଡା ଶିକ୍ଷକ ଏକାଦଶ ଦଳ ପରାସ୍ତ କରି ଚମ୍ପିୟାନ ହୋଇଛି । ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଲାଠୋର ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ସୌମ୍ୟରଞ୍ଜନ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସିଆରସିସି କୁଞ୍ଜବିହାରୀ ସରାଫ୍, ଶିକ୍ଷକ ସୁଶିଲ କୁମାର ପୋଢ, ମିଠାଲାଲ ସୁନା, ସାମ୍ବାଦିକ ପ୍ରକାଶ ବେହେରା, ସାମ୍ବାଦିକ କ୍ରିଷ୍ଣା ସେଠୀ ଯୋଗ ଦେଇଥିଲେ । ଶିକ୍ଷକ କୋଦୋଣ୍ଡ ନାଏକ, କାହ୍ନା ମେହେର, ସନ୍ତୋଷ ମେହେର, ଅଚ୍ୟୁତାନନ୍ଦ ସାହୁ, ମାଧବ ଶବର, ଅଭିମନ୍ୟୁ ବରିହା, ଅ‌ଶ୍ୱନି ସାହୁ, ରବିନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ଖେଳ ପରିଚାଳନାରେ ସହଯୋଗ କରିଥିଲେ । ସମ୍ପୂର୍ଣ କୋଭିଡ ଗାଇଡ ଲାଇନ ଅନୁସାରେ ଖେଳ ପରିଚାଳନା ହୋଇଥିଲା ।

jayashree
Leave A Reply

Your email address will not be published.