csstore

ବିଜେପି କାର୍ଯ୍ୟକର୍ତ୍ତାଙ୍କ ନାଁ ଘୋଷଣା ହେଲା : ଜେ.ପି. ନଡ୍ଡା ଟିମ୍‌ରେ ୪ ଓଡ଼ିଆ ସାମିଲ୍‌

ଭୁବନେଶ୍ୱର : ବିଜେପି. କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି ବିଜେପି ସଭାପତି ଜେ.ପି. ନଡ୍ଡା । ତେବେ ଦୁଇ ଜଣ ଓଡ଼ିଆ ନିଜର ପଦ ବଜାୟ ରଖିଛନ୍ତି ।

ଉପସଭାପତି ପଦରେ ପୂର୍ବଭଳି ବୈଜୟନ୍ତ ପଣ୍ଡା ରହିଥିବା ବେଳେ ରାଷ୍ଟ୍ରୀୟ ପ୍ରବକ୍ତା ସ୍ଥାନ ବଜାୟ ରଖିଛନ୍ତି ସମ୍ବିତ ପାତ୍ର । ତେବେ ଅପରାଜିତା ଷଡ଼ଙ୍ଗୀଙ୍କୁ ମଧ୍ୟ ରାଷ୍ଟ୍ରୀୟ ପ୍ରବକ୍ତା ଦାୟିତ୍ୱ ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଏଥର ଜେ.ପି.ନଡ୍ଡାଙ୍କ ଟିମ୍‌ରେ ୪ ଜଣ ଓଡ଼ିଆ ସ୍ଥାନ ପାଇଥିବା ବେଳେ ଓଡ଼ିଶାରେ ବିଜେପି. କର୍ମୀଙ୍କ ମହଲରେ ହର୍ଷୋଲ୍ଲାଷ ଦେଖାଦେଇଛି । ଜାତୀୟ ସଂପାଦକ ଭାବେ ବିଶେଶ୍ୱର ଟୁଡ଼ୁ, ଉପସଭାପତି ଭାବେ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ସମ୍ବିତ ପାତ୍ର ଏବଂ ଅପରାଜିତା ଷଡ଼ଙ୍ଗୀ ଦାୟିତ୍ୱ ପାଇଛନ୍ତି ।

୧୨ ଜଣ ଉପସଭାପତି ଓ ୮ ଜଣ ସାଧାରଣ ସଂପାଦକ ସାମିଲ୍‌ ଥିବା ଜେ.ପି. ନଡ୍ଡା ଟିମ୍‌ରେ ରମଣ ସିଂ, ବସୁନ୍ଧରା ରାଜେ ସିନ୍ଧିଆ, ବୈଜୟନ୍ତ ପଣ୍ଡା, ରାଧାମୋହନ ସିଂ, ରଘୁବର ଦାସ, ମୁକୁଲ ରାୟ, ରେଖା ବର୍ମା, ଅନ୍ନପୂର୍ଣ୍ଣା ଦେବୀ, ଭାରତୀ ବନେ ସିଆଲ, ଡି.କେ.ଅରୁଣା, ଏମ୍‌. ଚୌବା ଏଓ, ଅବଦୁଲ୍ଲା କୁଟ୍ଟୀ ଉପସଭାପତି ରହିଥିବା ପ୍ରାପ୍ତ ସୂଚନାରେ କୁହାଯାଇଛି ।

jayashree
Leave A Reply

Your email address will not be published.