oom

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଜମିପାଇଁ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଛାତ୍ର କଂଗ୍ରେସର ଦାବୀପତ୍ର : ଶୀଘ୍ର ହେଉ ଜମି ହସ୍ତାନ୍ତର, ନଚେତ ଆଗକୁ ଆନ୍ଦୋଳନ – ଜିଲ୍ଲା ଛାତ୍ର କଂଗ୍ରେସ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଏକ ଛାତ୍ର ପ୍ରତିନିଧି ଦଳ ବିଶ୍ୱବିଦ୍ୟାଳୟ ନାମରେ ଜମି ହସ୍ତାନ୍ତରୀକରଣକୁ ନେଇ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାପାଳଙ୍କ ଉଦେଶ୍ୟରେ ପ୍ରସ୍ତୁତ ଏହି ଦାବୀପତ୍ର ରାଜସ୍ୱ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ରଙ୍କୁ ଛାତ୍ର ପ୍ରତିନିଧି ଦଳ ପ୍ରଦାନ କରିଥିଲେ । ଦାବୀପତ୍ର ମାଧ୍ୟମରେ ସେମାନେ ସୂଚେଇଛନ୍ତି ଯେ, ଇଞ୍ଚେ ମଧ୍ୟ ଜମି ନଥିବା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କେବଳ ମାତ୍ର ଏକ ନାମ ଫଳକରେ ପରିଣତ ହୋଇଯାଇଛି । ଏପରି ସ୍ଥିତି ଯଦି ଆଉ କିଛିଦିନ, କିଛି ମାସ ବଜାୟ ରହେ, ତେବେ ଛାତ୍ରଛାତ୍ରୀ ଏବଂ ଅବିଭାବକମାନଙ୍କ ମନରେ କୁହୁଳୁଥିବା ଅସନ୍ତୋଷ ନିଶ୍ଚିତ ଭାବରେ ଏକ ବିସ୍ଫୋରଣର ରୂପ ନେଇପାରେ । କାରଣ ବିଶ୍ୱବିଦ୍ୟାଳୟ ନାମରେ ନିଜସ୍ଵ ଜମି ନଥିବାରୁ ବିଗତ ଦିନରେ ଅନେକ ବିଭାଗରେ ନାମଲେଖା ହୋଇ ପାରିନଥିଲା । ଫଳରେ ପଛୁଆ ଅଞ୍ଚଳ ଭାବେ ଜଣାଶୁଣା ଆମ ଅଞ୍ଚଳର ବହୁ ଛାତ୍ର ଛାତ୍ରୀ ବି.ଇଡି ନାମଲେଖାରୁ ବଞ୍ଚିତ ହୋଇଛନ୍ତି । ତେଣୁ ଯେତେଶୀଘ୍ର ହେବ ଜମି ହସ୍ତାନ୍ତର କରାନଗଲେ ଏହି ସମସ୍ୟା ଏକ ଆନ୍ଦୋଳନର ରୂପ ନେଇପାରେ ବୋଲି ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା ବେଳେ କହିଛନ୍ତି । ଏହି ପ୍ରତିନିଧିଦଳରେ ଅନ୍ୟମାନଙ୍କ ମଧ୍ୟରେ ନୀତିଶ ପ୍ରଧାନ, ନିରଞ୍ଜନ ମିଶ୍ର, ଶୁଭେନ୍ଦୁ ସାହୁ, ସୁଜିତ କୁମ୍ଭାର, ମନୋରଞ୍ଜନ ବିଶ୍ୱାଳ, ଅଞ୍ଚଳ ପଣ୍ଡା, କାହୁ ଚରଣ ବୋହିଦାର, ଅମନ ଅଲି, ସମୀର କୁମ୍ଭାର, ଚିନ୍ମୟ ବେହେରା, ଆଶିଷ ମହାରଣା, ଚନ୍ଦନ ସାହୁ ଏବଂ ସୁମିତ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.