jayashree

ଭିଲେଜ୍ ରିସୋର୍ସ ପାର୍ସନଙ୍କ ୩ ବର୍ଷର ଦରମା ବାକି ଥିବା ନେଇ ଜିଲ୍ଲାପାଳଙ୍କୁ ପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୦୧୭ ମସିହାରେ ଓଡ଼ିଶା ସରକାର ପଞ୍ଚାୟତିରାଜ ବିଭାଗ ଅଧିନରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତମାନଙ୍କରେ ଜଣେ ଜଣେ ମହିଳାଙ୍କୁ ଭିଲେଜ ରିସୋର୍ସ ପାର୍ସନ ଭାବେ ଜଣେ ଜଣେ ମହିଳାଙ୍କୁ ନିଯୁକ୍ତି ଦେଇଥିଲେ । ସୂଚନା ଅନୁସାରେ ଝାରବନ୍ଧ ବ୍ଲକରେ ୧୪ଟି ଗ୍ରାମ ପଞ୍ଚାୟତରେ ୧୪ ଜଣ ମହିଳାଙ୍କୁ ଭିଆର୍‌ପି ଭାବେ ଝାରବନ୍ଧ ବିଡିଓ ନିଯୁକ୍ତି ଦେଇଥିଲେ । ଏହି ମହିଳାମାନେ ଗ୍ରାମ ଗ୍ରାମ ବୁଲି ମନରେଗା କାର୍ଯ୍ୟର ତଦାରଖ କରିବା ସହ ରାସନକାର୍ଡ, ଭତ୍ତା ବଣ୍ଟନ ଉପରେ ସର୍ଭେ କରି ବ୍ଲକକୁ ରିପୋର୍ଟ ଦେଇଥାନ୍ତି । ଏହି କାର୍ଯ୍ୟ ପାଇଁ ପ୍ରତି ମାସରେ ୪ ଶହରୁ ୫ ଶହ ଭତ୍ତା ସରକାର ଦେଇଥାନ୍ତି । ଗତ ୩ ବର୍ଷ ହେଲା ଝାରବନ୍ଧରେ କାର୍ଯ୍ୟରତ ଭିଆର୍‌ପି ମାନଙ୍କୁ ସରକାର ତାଙ୍କ ପାଉଣା ଦେଇ ନାହାନ୍ତି ବୋଳି ଅଭିଯୋଗ ହୋିଛି । ଝାରବନ୍ଧ ବ୍ଲକର ସମସ୍ତ ଭିଆର୍‌ପି ତୁରନ୍ତ ୩ ବର୍ଷର ସମସ୍ତ ବକେୟା ପ୍ରାପ୍ୟ ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ଇ-ମେଲ ଜରିଆରେ ଦାବୀ ଜଣାଇଛନ୍ତି । ପଡୋଶୀ ରାଜ୍ୟ ଛତିଶଗଡରେ ସରକାର ଭିଆର୍‌ପିମାନଙ୍କୁ ୧୫ ହଜାର ଟଙ୍କା ଦେଉଥିବା ବେଳେ ଓଡ଼ିଶାରେ ସ୍ୱଳ୍ପ ଟିଏ / ଡିଏରେ ଅଧିକ କାର୍ଯ୍ୟ କରୁଥିବାର ସେମାନେ ଅଭିଯୋଗ କରିବା ସହ ସମସ୍ତ ବକେୟା ପ୍ରାପ୍ୟ ପ୍ରଦାନ ସହ ସ୍ଥାୟୀ ନିଯୁକ୍ତି ଦାବୀ କରିଛନ୍ତି । ଜିଲ୍ଲାପାଳଙ୍କଠାରେ ଭିଆର୍‌ପି ଶ୍ରୀମତୀ ଚାରବତୀ ବରିହା, ସରଧାବାଇ ବରିହା, ପଦ୍ମାବତୀ ବାଗ, ଗାୟତ୍ରୀ ସାହୁ, ପାର୍ବତୀ ସାହୁ, ସନ୍ତୋଷିନୀ ମହାପାତ୍ର, ଅହଲ୍ୟା ବନଛୋର, ଧନମତୀ ନାୟକ, ସୀତା ସାହୁ, କ୍ଷେତ୍ରବତୀ ସାହୁ ପ୍ରମୁଖ ଦାବୀ ଜଣାଇଛନ୍ତି ।

Leave A Reply

Your email address will not be published.