ଓଲଟିଲା ଟମାଟୋ ବୋଝେଇ ପିକ୍‌ଅପ୍ ଭ୍ୟାନ୍‌, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍‌ପର୍‌

ଭଦ୍ରକ : ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଟମାଟୋ ବୋଝେଇ ପିକ୍‌ଅପ୍ ଭ୍ୟାନ୍‌ ଓଲଟି ପଡିଥିବା ବେଳେ ଡ୍ରାଇଭର ଓ ହେଲ୍‌ପର୍‌ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ସୂଚନା ମୁତାବକ, ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥରେ ଭଣ୍ଡାରି ପୋଖରୀ ଥାନା ପାଳଦା ନିକଟରେ ଏକ ଟମାଟୋ ବୋଝେଇ ପିକ୍‌ଅପ୍ ଓଲଟି ପଡିଛି । ବରେମୁଣା ଅଭିମୁଖେ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା । ଗାଡିରେ ଥିବା ଡ୍ରାଇଭର ସୁରକ୍ଷିତ ଥିବା ବେଳେ ହେଲ୍‌ପର୍‌ ସାମାନ୍ୟ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇଛି । ତେବେ ସବୁଠାରୁ ଆଶ୍ଚର୍ୟ୍ୟର କଥା ହେଉଛି କି, ବିଲାତି ଗାଡିଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ସ୍ଥାନୀୟ ଲୋକେ ବୋହିନେବାକୁ ଉଦ୍ୟମ କରିଥିଲେ । ଠିକ୍ ସମୟରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯିବାରୁ ଲୋକମାନେ ଆଉ ବୋହି ପାରିନଥିଲେ ।

Leave A Reply

Your email address will not be published.