ମ.ରାମପୁର, (ହେମନ୍ତ ସାହୁ) : ପ୍ରାକୃତିକ ପରିବେଶ ଭରା ଶାନ୍ତିବନରେ ଅ’ପତ୍ରିକା ଦ୍ୱାରା ବୈଶାଖୀ କବିତା ଆସର ଓ ପତ୍ରିକା ଉନ୍ମୋଚିତ ପର୍ବ ଯୁଗ୍ମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଶିଷ୍ଟ ସାହିତ୍ୟିକ ତଥା ସାମ୍ବାଦିକ ହେମନ୍ତ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗାଦେଇ ଅନ୍ଲାଇନ ପତ୍ରିକାର ପ୍ରଭାବ, ପାଠକ ହ୍ରାସ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଆଗାମୀ ପିଢ଼ିକୁ ସାହିତ୍ୟରେ ଅଫଲାଇନ ପଠନ ଉପରେ ଗୁରୁତ୍ୱ ଦେବାକୁ ସେ କହିଥିବା ବେଳେ କଳାହାଣ୍ଡି ସାହିତ୍ୟରେ ଅ’ପତ୍ରିକା ଏବେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି ମଧ୍ୟ ନିଜ ମତ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ପ୍ରତାପ କେଶରୀ ସାହୁ ସାହିତ୍ୟରେ ଆଜିର ଯୁବ ପିଢ଼ି ଏବଂ ଅ’ପତ୍ରିକା ତଥା ଏହାର ସଫଳତା ଉପରେ ନିଜ ମନ୍ତବ୍ୟ ରଖିଥିଲେ । ସଭାପତି ନରେଶ କୁମାର ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସହ ଏମିତି ଆଗକୁ ଆହୁରି ଏମିତି କବିତାମୟ ପରିବେଶ କେମିତି ସୃଷ୍ଟି ହୋଇ ସେଥିରେ ନବ ପ୍ରତିଭାଙ୍କର ବିଶେଷ ଯୋଗଦାନ ହୋଇ ପରିବ ସେଥିପାଇଁ ସେ ଧ୍ୟାନ ଦେବା ସମସ୍ତଙ୍କୁ ଆଗ୍ରହ କରିଥିଲେ । ଅ’ପତ୍ରିକାର ସମ୍ପାଦକ ବିଶ୍ୱନାଥ ସାହୁ ମଧ୍ୟ ନିଜ ବକ୍ତବ୍ୟରେ ଆଗାମୀ ମୌସୁମୀ କବିତା ଆସରରେ ଅନେକ ନବ ପ୍ରତିଭାଙ୍କୁ କେମିତି ଯୋଡିବା ସେ ଦିଗରେ ନିଜର ମତ ପ୍ରଦାନ କରିଥିଲେ । ପତ୍ରିକାର ଯୁଗ୍ମ ସମ୍ପାଦକ କାହ୍ନୁ ଚରଣ ସାହୁ ଲେଖା ଗୁଡିକ କେମିତି ଡିଜିଟାଲି କରଣ କରାଯାଇପାରିବ ସେ ବିଷୟରେ ମତ ପ୍ରଦାନ କରିଥିଲେ । ଉକ୍ତ ସଭାଟିକୁ ଭବାନୀ ଶଙ୍କର ସାହୁ ପରିଚାଳନା କରିଥିବା ବେଳେ ଡୁଲେଶ୍ୱର କୁମାର ସାହୁଙ୍କ ସଂଯୋଜନାରେ ବିନୋଦ ନାଗ, ସସ୍ମିତା ସାହୁ, ଅଞ୍ଜନା ମାଝୀ, କର୍ଣ୍ଣ ଗହୀର, ପ୍ରଶାନ୍ତ କୁମାର ଦାଶ, କରୁଣା ସାହୁ, ଅଗ୍ନି କୁମାର ସାହୁ, ଅନ୍ତର୍ଯ୍ୟାମୀ ସାହୁ, ସୁରିଆ ସାହୁ, ମମୀ ମାଝୀ, ସ୍ୱପ୍ନା ବାରିକ, ସୁଜିତ କୁମାର ସାହୁ, ବଲ୍ଳଭ ବାଗ, ଆଦି କବିତା ପଠନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନବୀନ ଡିଜିଟାଲ ଓ ଶରତ ଭୋଇ ବିଶେଷ ସହଯୋଗର ହାତ ବଢ଼େଇ ଥିଲେ । ଶେଷରେ ପତ୍ରିକାର ମୁଖ୍ୟ ସମ୍ପାଦକ ସମସ୍ତଙ୍କୁ ସାହିତ୍ୟ ମୁଖ୍ୟ ଧାରା ତଥା ଆଗାମୀ କାର୍ଯ୍ୟକ୍ରମ ଉପରେ ସୂଚନା ଦେଇ ଧନ୍ୟବାଦ ଅର୍ପଣ କରିଥିଲେ ।