
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ଏକମାତ୍ର ନିର୍ଭରଯୋଗ୍ୟ ବହିଃ-ଚିକିତ୍ସା ସ୍ଵାସ୍ଥ୍ୟ କେନ୍ଦ୍ର ଗୁରୁଦେବ କ୍ଲିନିକ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ କରକମଳରେ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି । ରିକାପଲ୍ଲୀ ମୁଖ୍ୟବଜାର ମେନ୍ ରୋଡ଼ରେ ନବନିର୍ମିତ ତିନି ମହଲା ବିଶିଷ୍ଟ ଅଟ୍ଟାଳିକା ସରକାରୀ ଅନୁମୋଦନ ଲାଭ କରିଥିବା ଏକ ସୁପର୍ ସ୍ପେସିଆଲ୍ ବହିଃ-ଚିକିତ୍ସା ସ୍ଵାସ୍ଥ୍ୟ କେନ୍ଦ୍ର ଗୁରୁଦେବ କ୍ଲିନିକ ନିମନ୍ତେ ଉକ୍ତ ଅଞ୍ଚଳବାସୀ ବହୁତ ଉପକୃତ ହେବେ ବୋଲି ଆଶା କରାଯାଉଛି ।