oom

ସଦାଇପାଲିରେ ରାଜ୍ୟସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍ରା ଉଦ୍‌ଘାଟିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଉପକଣ୍ଠରେ ଥିବା ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ପଲ୍ଲିଶ୍ରୀ ବିହାର ସ୍ଥିତ ରାଧାକୃଷ୍ଣ ନାଟ୍ୟ ମଣ୍ଡପରେ ସାଇଟର ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ଓ ତାଙ୍କ ସହଧର୍ମିଣୀ ସାମାଜିକ କର୍ମୀ ସୁଲୋଚନା ମିଶ୍ରଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବରେ ସଂଗଠକ ହରିନାରାୟଣ ପୁଜାରୀ ଅଧ୍ୟକ୍ଷତା କରିଥିବା ବେଳେ ନିର୍ଦ୍ଦେଶକ ପ୍ରଶାନ୍ତ ଖମାରୀ ଓ ସଂପାଦକ ଡ. ନାରାୟଣ ପ୍ରସାଦ ମିଶ୍ର ମଂଚାସୀନ ଥିଲେ । ମୁଖ୍ୟ ଅତିଥି ଭାବରେ ଯୁବ ନେତା ସମରେନ୍ଦ୍ର ମିଶ୍ର ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଂଜନ ମିଶ୍ର ଏବଂ ନାଟବାଦୀ-ନାଟଯାତ୍ରାର ଉପଦେଷ୍ଟା ଅଚ୍ୟୁତାନନ୍ଦ ମେହେର ଯୋଗଦାନ କରିଥିଲେ । ସଂପାଦକ ଡ. ମିଶ୍ରଙ୍କ ସ୍ୱାଗତ ଭାଷଣ ପରେ ୰ହରିହର ମିଶ୍ର(ବରଗଡ)ଙ୍କ ସ୍ମୃତିରେ ଚଳିତ ବର୍ଷର ନାଟକୋତ୍ସବ ଉସର୍ଗିକୃତ ହୋଇ ତାଙ୍କ ସହଧର୍ମିଣୀ କୁନ୍ତଳା ମିଶ୍ରଙ୍କୁ ସମର୍ପଣ ପତ୍ର ମୁଖ୍ୟ ଅତିଥି ଶ୍ରୀ ମିଶ୍ର ପ୍ରଦାନ କରିଥିଲେ । ପୁନଶ୍ଚ ପଦ୍ମପୁରର ବିଶିଷ୍ଟ ନାଟ୍ୟକାର ଅଶୋକ କୁମାର ବହିଦାରଙ୍କୁ “କୋଶଲ ଗୌରବ ନାଟ୍ୟ ସମ୍ମାନ” ଓ ବଲାଙ୍ଗିରର ନିମାଇଁ ଚରଣ ପାଣିଗ୍ରାହୀଙ୍କୁ “ଭାଷା ସାହିତ୍ୟ ସମ୍ମାନ”ରେ ସମ୍ମାନିତ କରାଯାଇଥିଲା । ୫ ଦିନରେ ମୋଟ ୭ଟି କୋଶଲି ନାଟକ ଓ ୪ଟି ଗୀତିନାଟ୍ୟ ରାମଲୀଳାରୁ ହେବ ବୋଲି ରାମଜୀ ଯୁବକ ସଂଘର ସଭାପତି ଡା. ପ୍ରମୋଦ କୁମାର ମିଶ୍ରଙ୍କ ଠାରୁ ପ୍ରକାଶ । ଆଜିର ପ୍ରଥମ ନାଟକ ସତ୍ୟରଂଜନ ବେହେରାଙ୍କ ନିର୍ଦ୍ଦେଶିତ “କେଡା” ସମ୍ବଲପୁର ଶ୍ରୀକଲଚରାଲ ଏସୋସିଏସନର କଳାକାରମାନେ ପରିବେଷଣ କରିଥିଲେ । ସମାଜରେ ବିକଳାଙ୍ଗମାନଙ୍କ ସମସ୍ୟା ସମାଧାନ କରିବା ଚିନ୍ତାଧାରା ନେଇ ନାଟକଟି ସୁନ୍ଦର ଭାବରେ ଉପସ୍ଥାପନା ହୋଇଥିଲା । ଦ୍ୱିତୀୟ ନାଟକଟି ଦେଓଗାଁ ବ୍ଲକ କୁନ୍ଦେଇମାଲ ଶ୍ରୀ ଦୁର୍ଗା ଗଣନାଟ୍ୟର ରାମଲୀଳା କଳାକାରମାନେ ନୃପରାଜ ବିଶ୍ୱାଳଙ୍କ ନିର୍ଦ୍ଦେଶନାରେ “ରାମ ବନବାସ” ଗୀତିନାଟ୍ୟ ପରିବେଷଣ କରିଥିଲେ । ଆଗରୁ ଶ୍ରୀରାମଲୀଳା ପ୍ରାୟ ପ୍ରତ୍ୟେକ ଗ୍ରାମରେ ତଥା ସହରାଂଚଳ ରେ ମଧ୍ୟ ହୋଇ ଆସୁଥିଲା । ଧିରେ ଧିରେ ସେହି ରାମଲୀଳା ବନ୍ଦ ହୋଇଯାଉଛି । ଏହି ସମୟରେ ରାମଲୀଳା କଳାକରଙ୍କୁ ଉତ୍ସାହିତ କରିବା ପାଇଁ ଏଠାରେ ରାମଲୀଳାର ଆୟୋଜନ ତଥା ନିଜ ମାତୃଭାଷା କୋଶଲି ଭାଷାରେ ନାଟକ ହେଉଥିବାରୁ ଆଜିକାର ଅତିଥି ବୃନ୍ଦ ଆୟୋଜକମାନଙ୍କୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅନ୍ୟମାନଙ୍କ ମଧ୍ୟରେ ରାମଜୀ ଯୁବକ ସଂଘ ବରିଷ୍ଠ ସଦସ୍ୟ ରମେଶ ନାଏକ, ବିରଂଚି ସାଏ, ସନ୍ତୋଷ ବ୍ରହ୍ମା, ପ୍ରଫୁଲ୍ଲ ମିଶ୍ର, ଅଶୋକ ପଧାନ, ଦେ୍‌ବାଶିଷ ପଟ୍ଟନାୟକ, ଜୟନ୍ତ ପଟେଲ, ଆଦିତ୍ୟ ପଟ୍ଟନାୟକ, ତଥା ଲୋକନାଥ ସିଂହ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.