oom

ମିର୍ଚା ୱେବ୍ ନ୍ୟୁଜ ଚ୍ୟାନେଲ୍‌ ଡିଜିଟାଲ ପ୍ଲାଟଫର୍ମ ଉଦ୍‌ଘାଟନ

jsmm

-ମିର୍ଚା ୱେବ୍ ଚ୍ୟାନେଲ କୁ ବିଜୁଳି ବେଗ ସହ ତୁଳନା କରିଥିଲେ ବିଧାୟକ ସରୋଜ ମେହେର
-ଘରକେ ସୁନ୍ଦର ବୁଢ଼ା ଟେ, କ୍ଷେତ କେ ସୁନ୍ଦର ମୁଡାଟେ, ବାସି ଭାତ୍ କେ ସୁନ୍ଦର ମିର୍ଚା ଟେ

ପାଟଣାଗଡ଼, (ଗୋରେଖନାଥ ବରିହା ) : ପାଟଣାଗଡରୁ ପ୍ରକାଶ ପାଉଥିବା ସାପ୍ତାହିକ ଖବରକାଗଜ ‘ମିର୍ଚା’ର ୱେବ୍ ନ୍ୟୁଜ ଚ୍ୟାନେଲ୍‌ର ଡିଜିଟାଲ ପ୍ଳାଟଫର୍ମ ସ୍ଥାନୀୟ ଗଡଭିତର ସ୍ଥିତ କମ୍ୟୁନିଟି ସେଣ୍ଟର୍‌ ପରିସରରେ ଉଦଘାଟନ ହୋଇଯାଇଛି । ଅନୁଷ୍ଠିତ ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ କ୍ଷ କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟ ଅତିଥିଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ସେହିପରି ସମ୍ମାନିତ ଅତିଥି ଭାବେ ଏସ୍‌ଡିପିଓ ଜ୍ୟୋର୍ତି ମୟ ଭୁକ୍ତା , ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀକାନ୍ତ ମିଶ୍ର , ଆଇନଜୀବୀ ଦର୍ପଗଞ୍ଜନ ପଟ୍ଟନାୟକ, ଏନ୍ଏସି ଉପାଧ୍ୟକ୍ଷ ପ୍ରଫୁଲ୍ଲ ମେହେର ଯୋଗ ଦେଇଥିଲେ । ପରେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ମିର୍ଚାର ସଂପାଦକ ରଞ୍ଜନ କୁମାର ମେହେରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ମିର୍ଚା ୱେବ୍ ନ୍ୟୁଜ ଚ୍ୟାନେଲ୍‌ ଡିଜିଟାଲ ପ୍ଳାଟଫର୍ମର ଅତିଥିମାନଙ୍କ ଦ୍ଵାରା ଲଗୋ ଉନ୍ମୋଚନ ହୋଇଥିଲା । ମୁଖ୍ୟ ଅତିଥି ବିଧାୟକ ଶ୍ରୀ ମେହେର ପ୍ରତ୍ୟେକ ଖବରର ସମାଧାନ ପାଇଁ ଖବର ଟି ଲୋକଲୋଚନକୁ ଆସୁ ସହ ସାମ୍ବାଦିକମାନଙ୍କ ମନୋବଳ ବୃଦ୍ଧି କରି ସେମାନଙ୍କୁ ଉପଦେଶ ପ୍ରଦାନ କରିଥିବା ସହ ସତ୍ୟ ଖବର ପରିବେଷଣ ଦିଗରେ ସଜାଗ ରହିବା ସହ ରାଜ୍ୟ ସରକାରଙ୍କ ସାମ୍ବାଦିକମାନଙ୍କ ସରକାରୀ ଯୋଜନା କାର୍ଯ୍ୟକାରୀ କରି ତାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଲାଗି ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ବୋଲି ମତବ୍ୟକ୍ତ ଦେବା ମିର୍ଚା ୱେବ୍ ନ୍ୟୁଜ ଚ୍ୟାନେଲ୍‌ ଡିଜିଟାଲ ପ୍ଳାଟଫର୍ମର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ସେହିପରି ଅନ୍ୟାନ୍ୟ ସମ୍ବାଦିକମାନେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏସ୍‌ଡିପିଓ ଶ୍ରୀ ଭୁକ୍ତା ନିଜ ବକ୍ତବ୍ୟରେ ମିର୍ଚା ନ୍ୟୁଜର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହ ଆଗକୁ ନିଜ ଖବର ମାଧ୍ୟମରେ ଜାଗ୍ରତ କରିବାକୁ କହିଥିଲେ । ବରିଷ୍ଠ ସାମ୍ବାଦିକ ଶ୍ରୀ ମିଶ୍ର ନ୍ୟୁଜର ମାନ ବୃଦ୍ଧି କରିବା ଉପରେ ଆଲୋକପାତ କରିବା ସହ ମିର୍ଚା ନ୍ୟୁଜକୁ ବିଜୁଳି ବେଗ ସହ ତୁଳନା କରି ପ୍ରସଂଶା କରିଥିଲେ । ଆଇନଜୀବୀ ଶ୍ରୀ ପଟ୍ଟନାୟକ ଆଜିର କମ୍ପିଟିସନ୍ ଯୁଗରେ ନିଜର ଭିୱର୍ସ ବଢ଼ାଇ ଖବର ଦୁନିଆରେ ନିଜର ସ୍ଥିତିକୁ ମଜବୁତ୍ କରିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରତ୍ୟେକ ଖବରର ସମାଧାନ ପାଇଁ ଖବରଟି ଲୋକ ଲୋଚନକୁ ଆସୁ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ଉପଖଣ୍ଡର ମାନ୍ୟଗଣ୍ୟ ବ୍ୟକ୍ତି , ସାମ୍ବାଦିକ , ବୁଦ୍ଧିଜୀବୀମାନେ ଯୋଗ ଦେଇଥିବା ବେଳେ ସଂପାଦକ ରଞ୍ଜନ କୁମାର ମେହେର ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

jittmm
Leave A Reply

Your email address will not be published.