ମାହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ କରିବାକୁ ଭୁଲିଗଲା ପାଟଣାଗଡ଼ ପ୍ରଶାସନ – ଜନମଞ୍ଚ ସଂପାଦକ

ପାଟଣାଗଡ଼, (ଗୋରେଖନାଥ ବରିହା) : ୩୦ ଜାନୁୟାରୀ ଦିନକୁ ଜାତୀୟ ପିତା ମାହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ରୂପେ ରାଜ୍ୟ ତଥା ଦେଶରେ ସରକାରୀସ୍ତରରେ ପାଳନ କରାଯାଉଥିବା ବେଳେ ପାଟଣାଗଡ଼ ପ୍ରଶାସନ ମାହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ପାଳନ ନକରି ଭୁଲିଯାଇ ଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ପାଟଣାଗଡ଼ ପ୍ରଶାସନ ମାହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସରେ ଉପଖଣ୍ଡ ଡ଼ାକ୍ତରଖାନା ରକ୍ତଭଣ୍ଡାର ପରିସରରେ ଥିବା ଗାନ୍ଧୀଙ୍କ ମୂର୍ତ୍ତିରେ ପ୍ରଶାସନ ପକ୍ଷରୁ ତିରୋଧାନ ଦିବସରେ ପୁଷ୍ପମାଲ୍ୟ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ ନକରି ପାଟଣାଗଡ଼ ପ୍ରଶାସନ ଭୁଲିଗଲା ବୋଲି ପାଟଣାଗଡ଼ ଜନମଞ୍ଚ ସଂପାଦକ ସୁଶିଲ କୁମାର ନାଏକ ତିବ୍ର ନିନ୍ଦା କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ।

jittmm
Leave A Reply

Your email address will not be published.