ଛତ୍ରପୁର ଅଗସ୍ତି ନୂଆଁଗାଁରେ ଆଇଆର୍‌ଇଏଲ୍ ପକ୍ଷରୁ ଏସ୍ଏଚ୍‌ଜି ମହିଳାମାନଙ୍କୁ ତାଲିମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆଇଆର୍‌ଇଏଲ୍ (ଇଣ୍ଡିଆ) ପକ୍ଷରୁ ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ ଏସ୍ଏଚ୍‌ଜି ମହିଳାମାନଙ୍କୁ ବୋଫେଇ ପ୍ଲେଟ ତିଆରି କରିବା, ସିଲେଇ କରିବା ଓ ଫିନାଇଲ ପ୍ରସ୍ତୁତି କରିବାର ପ୍ରଣାଳୀ ଆଦି ଶିକ୍ଷା ତାଲିମ ଦେବା ନିମିତ୍ତ ଅଗସ୍ତି ନୂଆଁଗାଁର ରାଜୀବଗାନ୍ଧୀ ସେବା କେନ୍ଦ୍ରରେ ସାତଦିନିଆ ଅସ୍ଥାୟୀ ତାଲିମ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଆଇଆର୍‌ଇଏଲ୍ (ଇଣ୍ଡିଆ) ଗୋଷ୍ଠୀଗତ ସାମାଜିକ ଦାୟିତ୍ୱ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କେନ୍ଦ୍ର ଗ୍ରାମର ଏମ୍‌ବିକେ ମିତାଞ୍ଜଳି ଗୌଡ଼ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ସରପଞ୍ଚ ବାପି ଦାସଙ୍କ ସକ୍ରୀୟ ସହଯୋଗରେ ଗ୍ରାମର ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆଇଆର୍‌ଇଏଲ୍ (ଇଣ୍ଡିଆ) ପକ୍ଷରୁ ଡିଜିଏମ୍ ରିସୋର୍ସ ତଥା ସିଏସ୍ଆର୍‌ଏନ୍‌କେ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ତାଲିମ ପ୍ରଶିକ୍ଷଣରେ ଏହି ଗ୍ରାମର ସର୍ବମୋଟ ୩୦ଜଣ ଏସ୍ଏଚ୍‌ଜି ମହିଳାମାନଙ୍କୁ ଟ୍ରେନିଂ ଦିଆଯିବାର ଆରମ୍ଭ ହୋଇଛି । ଟ୍ରେନିଂ ପରେ ସେମାନଙ୍କୁ ରୋଜଗାରକ୍ଷମ କରାଇବାରେ କମ୍ପାନୀ ସକ୍ରୀୟ ସହାୟତା କରିବ । ପ୍ରତିବର୍ଷ ଏହି ତାଲିମ ଶିକ୍ଷା ପ୍ରାୟତଃ ସାତଦିନ ଧରି ଟ୍ରେନିଂ ଦିଆଯାଇଥାଏ । ମହିଳାମାନଙ୍କୁ ଆତ୍ମ-ନିର୍ଭରଶୀଳ କରାଇବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମକୁ କ୍ରିୟାଶୀଳ କରାଯାଇ ଆସୁଅଛି ବୋଲି କୁହାଯାଏ ।

Leave A Reply

Your email address will not be published.

error: Content is protected !!