oom

ସନ୍ତୋଷପୁର ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ୱାସ୍ଥ୍ୟବୀମା କାର୍ଡ ବଣ୍ଟନର ଶୁଭାରମ୍ଭ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗରିବ ଜନସାଧାରଣଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଣିଛନ୍ତି ରାଜ୍ୟ ସରକାର । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ସୋମବାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ଗ୍ରାମରେ ଏକ ଉତ୍ସବରେ ଯୋଗ ଦେଇ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ପଦକ୍ଷେପ ନିମନ୍ତେ କୃତଜ୍ଞତା ଜଣାଇଛନ୍ତି । ପୂର୍ବତନ ବାଚସ୍ପତି ତଥା ରାଜ୍ୟ କୃଷି ବିପଣିନ ନିର୍ଦେଶକ ରାମଚନ୍ଦ୍ର ପଣ୍ଡା, ଗଞ୍ଜାମ ବ୍ଲକ ଗୋଷ୍ଟୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟ, ସମିତି ସଭ୍ୟ କୈଳାସ ଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଡି.ନିରଞ୍ଜନ ରେଡ୍ଡୀଙ୍କ ତତ୍ୱାବଧାନରେ ପଞ୍ଚାୟତବାସୀଙ୍କୁ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ କରାଯାଇଥିଲା ।ସେହିପରି ମଲାଡ଼ ସରପଞ୍ଚ ପ୍ରଭାତ କୁମାର ସେଠୀଙ୍କ ତତ୍ୱାବଧାନରେ ମଲାଡ଼ ପଞ୍ଚାୟତରେ ଗରିବ ଶ୍ରେଣୀର ଲୋକ ରାସାନ କାର୍ଡ ରହିଥିବା ପରିବାରଙ୍କୁ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ କରାଯାଇଥିଲା ।

jittmm
Leave A Reply

Your email address will not be published.