jayashree

ରାଧାରାଣୀପଡା ସ୍ଥିତ ସ୍ୱାତୀ ସୁପର ସ୍ପେସାଲିଟି କ୍ଲିନିକରେ ନିଶୁକ୍ଳ ସ୍ୱାସ୍ଥ୍ୟ ଯାଞ୍ଚ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାରୱାଡି ମହିଳା ସମିତି ତଥା ରାଧାରାଣୀପଡା ସ୍ଥିତ କହ୍ନେୟା ଅଗ୍ରୱାଲଙ୍କ ଦ୍ୱାରା ପରିଚାଳିତ ସ୍ୱାତୀ ସୁପର ସ୍ପେସାଲିଟିର ମିଳିତ ଆନୁକୂଲ୍ୟରେ ରାଧାରଣୀପଡା ସ୍ଥିତ କ୍ଲିନିକଠାରେ ନିଶୁକ୍ଳ ସ୍ୱାସ୍ଥ୍ୟ ଯାଞ୍ଚ ଶିବର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ବରିଷ୍ଠ ଡାକ୍ତର ଡା. ଏସ୍‌. ସୁରେଶ କୁମାର, ମୁତ୍ର ରୋଗ ବିଶେଷଜ୍ଞ ଆକାଶ ଅଗ୍ରୱାଲ ତଥା ନାକ ଗଳା ଓ କର୍ଣ୍ଣ ବିଶେଷଜ୍ଞ ଡା. ଆର.କେ. ଗୁରୁ ଉପସ୍ଥିତ ରହି ରୋଗୀମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ । ଏହି ଶିବିରରେ ଜିଲ୍ଲାରୁ ପ୍ରାୟ ୧୨୨ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବା ସହ ନିଶୁକ୍ଳ ପରାମର୍ଶ ଦିଆଯାଇଥିଲା । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମାରୱାଡି ମହିଳା ସମିତିର ଅଧ୍ୟକ୍ଷା ସୁଷମା ଗୋୟଲ, ସମ୍ପାଦକ ଲକ୍ଷ୍ମୀ ଅଗ୍ରୱାଲ, ସଂଯୋଜିକା ସବିତା ଅଗ୍ରୱାଲଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇଥିଲା । ଏହି ଅବସରରେ ଦୁର୍ଗା ଅଗ୍ରୱାଲ, ମମତା ଅଗ୍ରୱାଲ, ବବିତା ଅଗ୍ରୱାଲ, ଅନିତା ଅଗ୍ରୱାଲ, ବାସନ୍ତି ଅଗ୍ରୱାଲଙ୍କ ସହ ରାଧାରାଣୀପଡାର ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.